ହରଭଙ୍ଗା :୧୭ /୦୫ (ଚିତ୍ତରଞ୍ଜନ ସିଂହ)ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା!ଦୁଇଜଣ ଗୁରୁତର!ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତ୍ରି 1ଘଣ୍ଟା ସମୟରେ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ସମ୍ମୁଖରେ ଏକ ଯାତ୍ରୀବାହି ବସ ସହିତ ଏକ ବୋଲେରୋ ପିକଅପ ମୁଁହା ମୁଁହି ଧକ୍କା ହୋଇଥିଲା!ଧକ୍କା ଫଳରେ ପିକଅପ ଡ୍ରାଇଭର ଓ ହେଲ୍ପର ଦୁର୍ଘଟଣା ରେ ଗୁରୁତର ଥିବାରୁ ଦୁଇଜଣଙ୍କୁ ପ୍ରଥମେ ପୁରୁଣାକଟକ ଡାକ୍ତର ଖାନା ପରେ ଜଣକୁ ବୌଦ୍ଧ ମୁଖ୍ୟ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା!
ସେଠାରେ ତାଙ୍କ ଅବସ୍ଥା ଶୋଚନୀୟ ହୋଇଥିବାରୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳୁଛି!ବଡ଼ପଣ୍ଡା ନାମକ ଘରୋଇ ବସ ଟି ଭୁବନେଶ୍ୱର ରୁ ପାଇକ ମାଲ ଯାଉଥିବା ବେଳେ ପିକ ଅପ ଟି ବୌଦ୍ଧ ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଓ ଦୁର୍ଘଟଣା ବସ ର ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯିବା ସହିତ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଂଚି ଭିଡକୁ ଆୟତ୍ତ କରି ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି!