ନବରଙ୍ଗପୁର ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ ପାଳନ ଅବସରରେ ମାଣ୍ଡିଆ ଉତ୍ସବ

120 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ ଅବସରରେ ଜିଲ୍ଲା କୃଷି ବିଭାଗ ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟରେ ମାଣ୍ଡିଆ ଖାଦ୍ୟ ଓ ଫୁଟବଲ୍ ଖେଳ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ କଲେଜ ପଡିଆରେ ମିଲେଟ ମିଶନ ଦ୍ବାରା ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ସହ ପ୍ରାୟ ପାଞ୍ଚ ଗୋଟି ଶିକ୍ଷାନୁଷ୍ଠାନ ଓ ଜିଲ୍ଲା ରୁ ଆସିଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରେ ଏକ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା। ଫୁଟବଲ ଖେଳ ପ୍ରଶିକ୍ଷକ ଶ୍ରୀ ଅଶୋକ ପାତ୍ରଙ୍କ ତତ୍ତ୍ୱାବଧାନରେ ହେଉଥିବା ମାସିକିଆ ଫୁଟବଲ ପ୍ରଶିକ୍ଷଣ ଶିବିରର ପ୍ରଶିକ୍ଷାର୍ଥୀ ମାନଙ୍କୁ ନେଇ ଏହି ମ୍ୟାଚର ଆୟୋଜନ କରାଯାଇଥିଲା।

ଏହି ଉତ୍ସବ ରେ ସମ୍ମାନିୟ ଜିଲ୍ଲାପାଳ ଶ୍ରୀ ଡଃ କମଳଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆମ ଦୈନନ୍ଦିନ ଜୀବନରେ ଉଭୟ ମାଣ୍ଡିଆ ଆଉ କ୍ରୀଡା ର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ସମସ୍ତଙ୍କୁ ଅନ୍ତତଃ ସକାଳ ଜଳଖିଆ ରେ ମାଣ୍ଡିଆ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଭାଷ୍କର ନାଥ ବିଶ୍ବାଳ ଆମ ଅଞ୍ଚଳ ର ଯୁବ ସମାଜ ପାଇଁ ମାଣ୍ଡିଆର ବ୍ୟବହାର ଏକ ସୁଲଭ ପନ୍ଥା ବୋଲି କହିବା ସହ ସମସ୍ତେ ଏହାକୁ ଏକ ଦୈନିକ ଖାଦ୍ୟ ରେ ସ୍ଥାନିତ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଗୋକୁଳ ବେହେରା ଯୋଗ ଦେଇ ଆଖପାଖ ଜିଲ୍ଲା ଗୁଡିକରେ ମାଣ୍ଡିଆ ଉତ୍ପାଦନ ର ଉପଯୁକ୍ତ କ୍ଷେତ୍ର ଥିବାରୁ ଏହାକୁ ବ୍ୟାପକ କରାଯାଉଅଛି ବୋଲି ପ୍ରକାଶ କରିଥିଲେ ।

ମିଲେଟ ସ୍କିମ ଅଫିସର ଶ୍ରୀ କମଳଲୋଚନ ନାୟକ ମାଣ୍ଡିଆ ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବା ସହ ଆଜି ଆମେ ମାଣ୍ଡିଆକୁ ନେ଼ଇ ବିଶ୍ବ ଦରବାରରେ ପରିଚିତ ହୋଇ ପାରିଛେ ବୋଲି କହିଥିଲେ । ସମ୍ମାନୀୟ ଜିଲ୍ଲାପାଳ ଫୁଟବଲ ମ୍ୟାଚରେ ଭାଗ ନେଇଥିବା ଖେଳାଳୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଫୁଟବଲ ପ୍ରେମୀ,କଲେଜ ଅଧ୍ୟାପକ ବୃନ୍ଦ, ମିଲେଟ ମିଶନ ର କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମ ଗୁଡ଼ିକୁ ମନଭରି ଉପଭୋଗ କରିଥିଲେ। ଶେଷ ପର୍ଯ୍ୟାୟରେ ସମସ୍ତ ଖେଳାଳୀ ମିଲେଟ୍ ରେ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇ ମାଣ୍ଡିଆ ର ମଜ୍ଜା ନେଇଥିଲେ।

Related Post

ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ କାରଖାନାର ଘରୋଇକରଣ ନିଷ୍ପତ୍ତି ପ୍ରତିବାଦରେ ତେଜୁଛି ଆନ୍ଦୋଳନ

Posted by - November 30, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ କାରଖାନାର ଘରୋଇକରଣ ନିଷ୍ପତ୍ତି ପ୍ରତିବାଦରେ ତେଜୁଛି ଆନ୍ଦୋଳନ । ଗୋଟିଏ ପଟେ…

ଯାଜପୁର ଟ୍ୟାକ୍ସି ଏଣ୍ଡ ମିନିବସ ଆସୋସିଏସନର ସାଧାରଣ ସଂପାଦକ ଭାବେ କର୍ଣ୍ଣାଟକେଶରୀ ଦାସ ମନୋନୀତ

Posted by - November 13, 2019 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଟ୍ୟାକ୍ସି ଏଣ୍ଡ ମିନିବସ ଆସୋସିଏସନର ସାଧାରଣ ସଂପାଦକ ଭାବେ କର୍ଣ୍ଣାଟକେଶରୀ ଦାସ ମନୋନୀତ ହୋଇଛନ୍ତି । ପୂର୍ବରୁ ଏହି ପଦବୀରେ ବିଜୟ…

ଅଜଣା ଟ୍ରକ ପଛରେ ପିଟିଲା ବସ,୮ଗୁରୁତର

Posted by - October 4, 2019 0
କେନ୍ଦୁଝର,୪/୧୦ କେନ୍ଦୁଝର ଟାଉନ ଥାନା ନେଙ୍କଡ଼ା ଘର ନିକଟରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ବଡ଼ବିଲ ରୁ ଭୂବନେଶ୍ଵର ଯାଉଥିବା(ଓଆରଜିର-୨-ବିୟୁ-୮୫୨୫)ଶ୍ରୀ…

ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଉଦ୍ୟୋଗୀ ଓ ସ୍ବାବଲମ୍ବୀ ପାଇଁ ସଚେତନତା କାର୍ଯ୍ୟକ୍ରମ

Posted by - May 28, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବଡଛତ୍ରଙ୍ଗ ଓ ଗୋପାଳପୁର ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ…