ଭୋଲଟାସ କମ୍ପାନୀ ଫ୍ରିଜ କିଣି ଗ୍ରାହକ ହଟହଟା,ଅଭିଯୋଗର ୧୫ ଦିନ ପରେ ବି ମିଳିନି ସେବା

114 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଇଲେକ୍ଟ୍ରୋନିକ୍ସ ଜିନିଷର ଚାହିଦା ବଢ଼ିବାରେ ଲାଗିଛି। ସେ ଟିଭି ହେଉ କି ଫ୍ରିଜ ହେଉ କି ଏସି ହେଉ, ଏଥିପାଇଁ ଲୋକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ କମ୍ପାନୀ ବହୁତ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡନ୍ତି। ଆଜିର ଆଧୁନିକ ଯୁଗରେ ଲୋକ ମଧ୍ଯ ଜିନିଷର ଦରକୁ ନ ଦେଖି ଯେଉଁ କମ୍ପାନୀ ଭଲ ସୁବିଧା ତଥା ଶୀଘ୍ର ସୁବିଧା ଯୋଗାଇ ଦେବେ ସେହି କମ୍ପାନୀର ସାମଗ୍ରୀ କ୍ରୟ କରିଥାନ୍ତି। ତାହାଠୁ ବଡ଼ ଜିନିଷ ହେଲା ଜିନିଷ ବିକ୍ରି କରୁଥିବା ସ୍ଥାନୀୟ ଡିଲରଙ୍କ ଉପରେ ଥିବା ଭରସା ଅନ୍ୟତମ। ସେମାନଙ୍କ ମୁହଁ ଦେଖି ତାଙ୍କର ପ୍ରତିଶୃତି ଅନୁଯାୟୀ ଲୋକ ଜିନିଷ କିଣି ଥାଆନ୍ତି।

ସେହି ପ୍ରତିଶ୍ରୁତି ବଳରେ ତଥା ଯଦି କିଛି ଅସୁବିଧା ହୁଏ ପ୍ରଥମେ କିପରି ସେବା ଯୋଗାଇବେ ସେ ନେଇ ଦୋକାନୀଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଲୋକ ଜିନିଷ କ୍ରୟ କରି ନିଅନ୍ତି। ଆଜିର ଏହି ଯୁଗରେ ସାମଗ୍ରୀ ବିକ୍ରି କରିବା ନେଇ ବିଭିନ୍ନ କମ୍ପାନୀ ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗି ରହୁଥିବା ବେଳେ ଗ୍ରାହକଙ୍କୁ ବିଭିନ୍ନ ମନ ଲୋଭାଣିଆ ଅଫର ସହ ଅତି ଶୀଘ୍ର ସେବା ପ୍ରଦାନ ଯୋଗାଇବା ଆଶାରେ ଲୋକ ନିର୍ଭୟରେ ଜିନିଷ କିଣି ଏବେ ଗ୍ରାହକ ହଟ ହଟା।

ଟିଟିଲାଗଡ଼ ହରି ଓମ ଇଣ୍ଟରପ୍ରାଇଯେସ ଠାରୁ ଗତ ୨୦ ଫେବୃଆରୀ ୨୦୨୦ ରେ ଜଣେ ଗ୍ରାହକ ଡବଲ ଡୋର ଫ୍ରିଜ କିଣିଥିଲେ। ଗତ ଏପ୍ରିଲ ଆଠ ତାରିଖ ଦିନ ଫ୍ରିଜ ଆଉ ଚାଲିଲା ନାହିଁ, ଦୋକାନୀଙ୍କୁ କହିବା ପରେ ସେ କମ୍ପାନୀକୁ ଜଣାଇଥିଲେ,୧୨ ତାରିଖ ଦିନ କମ୍ପାନୀ ପିଲା ଆସି ଡୋର ଭିଜିଟ କରି ଫ୍ରିଜର ସମସ୍ୟା ଦେଖି ଡୋର ବାବଦକୁ ୪୫୦ ଟଙ୍କା ନେଇକି ଗଲେ, ୧୮ ତାରିଖ ଦିନ ଫ୍ରିଜର ପାର୍ଟସ ଚେଞ୍ଜ କରି ସଜାଡ଼ିଲେ ତା ବାବଦକୁ ୬୨୦୦ ଟଙ୍କା ମଧ୍ୟ ଗ୍ରାହକ ଦେଲେ। ଫ୍ରିଜ୍ ଦୁଇ ଦିନ ଚାଲିବା ପରେ ଅର୍ଥାତ ୨୧ ତାରିଖରେ ପୁଣି ଖରାପ ହେଲା। ଗ୍ରାହକ ପୁଣି ଅଭିଯୋଗ କଲେ ଦୋକାନୀଙ୍କୁ, ଅଭିଯୋଗ କରିବାର ୩ ଦିନ ପରେ ୨୪ ତାରିଖ ଦିନ ପୁଣି କମ୍ପାନୀର ଲୋକ ଆସି ଫ୍ରୀଜ ଦେଖି ପାର୍ଟସ ଖୋଲି ନେଲେ।

ଗ୍ରାହକ କିଛି ଦିନ ଅପେକ୍ଷା କଲା ପରେ ଆଜିକୁ ୧୫ ଦିନରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ହେଁ ଗ୍ରାହକ ସେହି କମ୍ପାନୀ ମେକାନିକକୁ ଫୋନ କଲେ ବି ଉଠାଉ ନ ଥିବା ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଏତେ ବଡ଼ ବ୍ରାଣ୍ଡେଡ କମ୍ପାନୀ ଭୋଲଟାସ ଯଦି ଗ୍ରାହକ ଙ୍କୁ ସେବା ଦେବାରେ ବିଫଳ ରହୁଛି ତାହେଲେ ଲୋକ ଏହି କମ୍ପାନୀ ତଥା ଦୋକାନୀଙ୍କ ଉପରେ କଉ ଭରସା ରଖି ଏହି କମ୍ପାନୀର ସାମଗ୍ରୀ କିଣିବେ ? ସେଥିରେ ଟିଟିଲାଗଡ ସହରର ଗରମ ରାଜ୍ୟ ତଥା ଦେଶ ପ୍ରସିଦ୍ଧ। ଗରମ ଦାଉରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ, ପନିପରିବା, ଫଳ ମୂଳ, ଔଷଧ ଭଳି ଜିନିଷ ରଖିବା ପାଇଁ ଫ୍ରୀଜ୍ କିଣି ଥାଆନ୍ତି, ଯଦି ଖରା ଦିନେ ଲୋକଙ୍କୁ ସେବା ନ ଦେଇ ୧୫ ରୁ ଉର୍ଦ୍ଧ୍ବ ଦିନ ହୋଇଯାଉଛି ତାହେଲେ ଏହି Voltas କମ୍ପାନୀର ଫ୍ରିଜ କିଣି ଆମେ ହଟହଟା ହେଲୁ ବୋଲି ଫ୍ରିଜ କିଣିଥିବା ଗ୍ରାହକ ଆମ ପ୍ରତିନିଧିଙ୍କୁ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି।

ଦ୍ୱିତୀୟତ ଯେଉଁ ଦୋକାନୀ ନିଜ ଗ୍ରାହକଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହେଉଛି କି ଦୋକାନୀଙ୍କ କଥାକୁ କମ୍ପାନୀ ଗୁରୁତ୍ବ ନ ଦେଉଛି ତାହେଲେ ଦୋକାନୀର ଆଉ କଣ ମର୍ଯ୍ୟାଦା ରହିଲା ବୋଲି ଗ୍ରାହକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ କମ୍ପାନୀ ସେବା ପ୍ରଦାନ କ୍ଷେତ୍ରରେ ଅବହେଳା କରେ ଇତିହାସ ସାକ୍ଷୀ ଅଛି ସେ କମ୍ପାନୀ ଆଗକୁ ବଢ଼ିବା ବହୁତ କଷ୍ଟକର, ଗ୍ରାହକ ସେହି କମ୍ପାନୀର ଅନ୍ୟ ସାମଗ୍ରୀ କିଣିବାକୁ ମଧ୍ୟ ଅରାଜି ହୁଅନ୍ତି। ଗ୍ରାହକଙ୍କ ସମସ୍ୟାର ସମାଧାନ କିପରି ଅତି ଶୀଘ୍ର କରାଯିବ ସେ ନେଇ ଗ୍ରାହକଙ୍କ ମହଲରେ ଦାବି ହେଉଛି।

Related Post

ଡ୍ରେନ ଭିତରୁ ମୄତଦେହ ଉଦ୍ଧାର

Posted by - January 6, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଚେରୁଆପଡା ସ୍ଥିତ ଏକ ଡ୍ରେନମଧ୍ୟରୁ ଜଣେ ବ୍ୟକ୍ତି ର ମୄତ ଦେହ ଉଦ୍ଧାର କରାଯାଇଛି । ମୄତଦେହ ଟି ଡ୍ରେନ ମଧ୍ୟରେ ଅଧା ଭାସୁଥିବା…

୬ଦଫା ଦାବି ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ ଅଫିସ ଘେରାଓ

Posted by - December 18, 2021 0
ବୌଦ୍ଧ:୧୭/୧୨ (ଚିତରଞ୍ଜନ ସିଂ) ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ କୁ ଶୁକ୍ରବାର ଦିନ ଘେରାଉ କରାଯାଇଥିବା ବେଳେ ସଙ୍ଘ ପକ୍ଷରୁ 6ଦଫା ସମ୍ବଳିତ ଏକ…

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସ୍କୁଲ ପରିଦର୍ଶନ

Posted by - March 15, 2022 0
ବୌଦ୍ଧ:(ଚିତରଞ୍ଜନ ସିଂ) ନୂତନ ଭାବେ ନିର୍ବାଚିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନି ଦାସ ଆଜି ପୁରୁଣାଟଟକ କ୍ଲଷ୍ଟରର କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟ…

ସୁନା ଦୋକାନ ଲୁଟ୍ ଘଟଣା ର ପର୍ଦ୍ଦାଫାଶ , ୪ ଲୁଟେରା ଗିରଫ ୪୫ ହଜାର ଟଙ୍କା ଓ ବନ୍ଧୁକ ସହ ୨ ଗୁଳି ଜବତ

Posted by - August 18, 2022 0
ପାଟଣାଗଡ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର ବହୁ ଚର୍ଚ୍ଚିତ ଲୁଟ୍ ଘଟଣା ର ପର୍ଦ୍ଦାଫାଶ କଲା ପୋଲିସ। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ସହରର…

ଅନଗୁଳ ଠାରେ ଜାତିୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

Posted by - December 3, 2019 2
ଅନଗୁଳ ଜିଲ୍ଲା ଗ୍ରାମ୍ୟ ଉର୍ନ୍ନୟନ ସମିଳନୀ କକ୍ଷ ଠାରେ ଜାତିୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି .ଉକ୍ତ ଦିବସରେ ଜିଲ୍ଲାପାଳ ମନୋଜ ମହାନ୍ତି ମୁଖ୍ୟ ଅତିଥି ଭାବରେ…