Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବିଦ୍ୟାଳୟ ର ଉନ୍ନତି ଦିଗରେ ଆଲୁମିନି ସଂଘ ର ଜରୁରୀ ବୈଠକ

42 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ପୁରୁଣା କଟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ର ପୂରାତନ‌ ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଲୁମିନି ସଙ୍ଘ ର ଏକ ଜରୁରୀ କାଳୀନ ବୈଠକ ମୋମବାର ଅନୁଷ୍ଠିତ ହୋଇଛି। ବୈଠକ ରେ ସଂଘ ର ସଭାପତି ଅଶୋକ କୁମାର ଅଗ୍ରୱାଲ , ସମ୍ପାଦକ ମୀରା ରାଣୀ ଭୂୟାଁ, କୋଷାଧ୍ୟକ୍ଷ ଅକୃର ସେଠୀ, ଆଲୁମ୍ନି ସଭ୍ୟ ସୁରେନ୍ କୁମାର ପ୍ରଧାନ, ରଞ୍ଜନ କୁମାର ସାମଲ୍, ମନୋଜ୍ ପାଢ଼ୀ, ନିହାର ରଞ୍ଜନ ମିଶ୍ର , ମନୋଜ୍ ସାହୁ, କୈଳାସ ଅଗ୍ରୱାଲ, ଅଭିମନ୍ୟୁ ଦାଶ, ପଦ୍ମାଳୟା ସାହୁ ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।

୨୦୨୩-୨୪ ଶିକ୍ଷାବର୍ଷର ମୋ ସ୍କୁଲ ଅନୁଦାନ ଓ ସରକାରୀ ଅନୁଦାନରୁ ମିଳିଥିବା ଅର୍ଥରାଶିକୁ ବିନିଯୋଗ କରି ପିଲାଙ୍କ ନିମନ୍ତେ ଡାଇନିଂ ହଲ୍ ର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା। ପୁରାତନ ଛାତ୍ରୀ ପଦ୍ମାଳୟା ସାହୁ ବିଦ୍ୟାଳୟକୁ ଦ୍ରବ୍ୟ ଆକାରରେ ଟ୧,୨୦,୦୦୦/- ଦାନ କରିଥିଲେ ଯାହା ଡାଇନିଂ ହଲ୍ ନିର୍ମାଣରେ ଲଗାଯିବ। ଶେଷରେ ସଭାପତି ଅଶୋକ କୁମାର ଅଗ୍ରୱାଲ ଉପସ୍ଥିତ ସମସ୍ତ ଆଲୁମ୍ନି ସଦସ୍ୟଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା।

Related Post

ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ

Posted by - June 4, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ…

AIDYO ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Posted by - December 31, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସାରା ଦେଶରେ ମୋବାଇଲ ଗ୍ରାହକ ଙ୍କ ସମସ୍ୟା ପ୍ରତିବାଦରେ AIDYO ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟେଲିକମ…

ଟ୍ରେନ ରେ  କଟି ମା ଓ ଝିଅ ମୃତ

Posted by - November 23, 2019 816
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ରେ  କଟି ମା ଓ ଝିଅ ମୃତ । ମୃତକ ହେଲେ କୋରାଇ…

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

Posted by - December 31, 2022 0
କଳାହାଣ୍ଡି ଜିଲ୍ଲା ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏନେଇ…

ଆତ୍ମା ଶାନ୍ତି ପାଇଁ ରକ୍ତଦାନ ଶିବିର

Posted by - May 4, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଛାତ୍ରଙ୍କ ଆତ୍ମା ଶାନ୍ତି ପାଇଁ ଆୟୋଜନ ହେଲା ରକ୍ତଦାନ ଶିବିର l ଗୋଟିଏ ମାସ ତଳେ ସୁବର୍ଣ୍ଣପୁର ଜିଲ୍ଲା ସରଧାପାଲି ଗାଁ ସ୍କୁଲରେ ହୋଇଥିବା…