ଗଞ୍ଜେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଚାଳକ ଫେରାର

77 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ତେଲନଦୀ ସେତୁର ସଂଯୋଗ ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲା ।ଦୁର୍ଘଟଣା ପରେ ଗାଡିରୁ ଚାଳକ ଫେରାର ହୋଇଥିବା ବେଳେ ଗାଡ଼ିରେ ରକ୍ତର ଛିଟା ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଜି ଦିନ ୨ଟା ସମୟରେ ପଲସାଗୋରା ପଟରୁ( ଓଡ଼ି ୧୫ ଡବ୍ଲୁ ୩୮୭୮)ନମ୍ବର ବିଶିଷ୍ଟ ଗାଡ଼ିଟି ଦୃତ ଗତିରେ ଯାଉଥିବା ବେଳେ ନିର୍ମାଣାଧୀନ ପୋଲ ନିକଟ ସଂଯୋଗ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦୁର୍ଘଟଣା ପରେ ଚାଳକ କାଚ ଭାଙ୍ଗି ବାହାରକୁ ଆସି ଦୁଇଟି ମୋଟର ସାଇକେଲ ରେ କିଛି ବସ୍ତାରେ ଧରି ବୈଦ୍ୟନାଥ ପଟକୁ ଯାଉଥିବା କହିଛନ୍ତି ।ପରେ ଗାଡ଼ି ଭିତରୁ ଗଞ୍ଜେଇ ର ବାସ୍ନା ଆସୁଥିବା ବେଳେ ଆହତ ଲୋକଙ୍କୁ ଚିକିତ୍ସା ପରିବର୍ତ୍ତେ କିଛି ବସ୍ତା ଧରି ଘଟଣା ସ୍ଥଳରୁ ଚାଲିଯିବା ଯୋଗୁଁ ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି ।

ଖବର ପାଇ ମନମୁଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।ସୂଚନା ଥାଉକି, ଗବଯୋର- ବୈଦ୍ୟନାଥ ତେଲ ନଦୀ ସେତୁ କାମ ସଂପୂର୍ଣ୍ଣ ହେବା ପର ଠାରୁ ଦୈନିନ୍ଦିନ ଏପରିକି ଦିନ ଦ୍ୱିପ୍ରହରରେ ମଧ୍ୟ ପୋଲିସ କୁ ଖୋଲା ଚେଲେଞ୍ଜ ଦେଇ ଗଞ୍ଜେଇ ମାଫିଆମାନେ ଖୁଲମଖୁଲା ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ।ଯାହାର ଟେର ପାଇ ପାରୁ ନାହିଁ ମନମୁଣ୍ଡା ପୋଲିସ । ଉକ୍ତ ଅଂଚଳରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରାଯିବାକୁ ସାଧାରଣରେ ଦାବି ହେଉଛି ।

Related Post

ରାସ୍ତା ପାଇଁ ହୀନସ୍ତା, ରାସ୍ତା ନହେଲେ ଆଗକୁ ଆନ୍ଦୋଳନ ଚେତାବନୀ

Posted by - November 28, 2022 0
ଧର୍ମଗଡ଼: ୨୭ /୧୧ :ସରକାର ଗମନାଗମନ ପାଇଁ ପକ୍କା ରାସ୍ତା ନିର୍ମାଣ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟ ସରକାରଙ୍କ ବିଧାୟକ…

ଅମ୍ବାଦଳା ରେ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ

Posted by - June 14, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ)ଆଜି ଅମ୍ବାଦଳା ଗ୍ରାମର ଶ୍ରୀ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହିସାବରେ ସକାଳ ୯…

ସିଂହପୁର ସ୍ଥିତ ଦରିଆ ନାହାକାଣୀ  ମନ୍ଦିର ପରିସରରେ ସରକାରୀ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ରଜଉତ୍ସବ ପାଳିତ

Posted by - June 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଝାଂରପୁର ବ୍ଳକ ସିଂହପୁର ସ୍ଥିତ ଦରିଆ ନାହାକାଣୀ  ମନ୍ଦିର ପରିସରରେ ସରକାରୀ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ରଜଉତ୍ସବ…

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ନକଲି ଆଦିବାସୀ ଶିକ୍ଷକଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଧ

Posted by - March 3, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନକଲି ଆଦିବାସୀ ଜ଼ିଲ୍ଲା ପରିଷଦ ଶିକ୍ଷକ ବିନୋଦ ମାଝୀ ଓରଫ ବିନୋଦ ରଣା ଏବଂ ଭକଚନ ଯାନୀ…

UPSC ପରୀକ୍ଷାରେ ସମ୍ବଲପୁର ଆଙ୍କିତ ବର୍ମା ୧୮୪ ନମ୍ବର

Posted by - September 27, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ଯ ହେଲେ ସମ୍ବଲପୁରର ସୁନା ପୁଅ । ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ କୁମାର ବର୍ମା…