ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶୁକ୍ରବାର ରାତି ୮.୩୦ ରୁ ୯ ଟା ସମୟ ମଧ୍ୟରେ ଘଟି ଯାଇଛି ଗୋଟିଏ ଅଘଟଣ। ଯମୁନା ଜୋର କଡ଼ରେ ଥିବା ପୌରପରିଷଦର ନୂତନ ନିର୍ମାଣ ହୋଇଥିବା ମାଂସ ଦୋକାନ ପାଖରେ ଗୋଟିଏ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି, ସେହି ଟ୍ରାକ୍ଟର ତଳେ ଚାପି ରହିଥିଲେ ଜଣେ ଶ୍ରମିକ, ଡ୍ରାଇଭର ଗାଡ଼ି ଓଲଟିଲା ପରେ ଫେରାର ମାରିଥିଲେ।
ଜଣେ ଶ୍ରମିକ ବହୁ ସମୟ ଧରି ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ଖବର ପାଇ ଆମ ପ୍ରତିନିଧି ସ୍ଥାନୀୟ ପୋଲିସ ଓ ଅନ୍ୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଟ୍ରାକ୍ଟର ଚକ ତଳେ ଚାପି ହୋଇ ରହିଥିବା ଶ୍ରମିକକୁ ଉଦ୍ଧାର କରି ଟିଟିଲାଗଡ଼ ସରକାରି ଡାକ୍ତରଖାନାକୁ ନେବା ପରେ ଶ୍ରମିକକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେହି ଶ୍ରମିକ ଜଣକ ନାରେନ୍ ଗ୍ରାମର ବୋଲି ଜଣାପଡିଛି।ଟ୍ରାକ୍ଟର ଡ୍ରାଇଭର ଅତି ମଦ୍ୟପାନ କରି ଗାଡି ଚଳାଉଥିବା ଲୋକେ କଥା ହେଉଛନ୍ତି। ଟ୍ରାକ୍ଟରର ନମ୍ୱର ମଧ୍ୟ ନାହିଁ, ଗାଡି କାହାର, ଚାଳକ କିଏ ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ତଦନ୍ତରୁ ଜଣାପଡିବ।