Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ମାନସିକ ବିକୃତ ବ୍ୟକ୍ତି ନିଖୋଜ

154 0

ବେଲଗୁଣ୍ଠା:୦୫ /୦୫ (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମର ଜଣେ ମାନସିକ ବିକୃତ ବ୍ୟକ୍ତି ଚାରି ଦିନ ହେବା ନିଖୋଜ ହୋଇଯାଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ସିଂହମର୍ଦ୍ଦନ ଗ୍ରାମର ସ୍ଵର୍ଗତ ବାଞ୍ଛା ସ୍ଵାଇଁଙ୍କ ପୁଅ ସୂର୍ଯ୍ୟ ସ୍ୱାଇଁ (46) ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି I ସେ ଗତ ଏକ ତାରିଖ ଦିନ ସକାଳ ଛଅ ଘଣ୍ଟା ସମୟରେ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ I ଘରେ ସୂର୍ଯ୍ୟଙ୍କ ସ୍ତ୍ରୀ ବନିତା ସ୍ୱାଇଁ (40) ସୂର୍ଯ୍ୟଙ୍କର ଫେରିବା ବାଟକୁ ରାତି ସାତ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ସୂର୍ଯ୍ୟ ଘରକୁ ଫେରିନଥିଲେ I

ଫଳରେ ବନିତା ବ୍ୟସ୍ତ ହୋଇ ରାତିରେ ସୂର୍ଯ୍ୟଙ୍କୁ ସିଂହମର୍ଦ୍ଦନରେ ଖୋଜାଖୋଜି କରିବା ସହିତ ପରଦିନ ଆଖପାଖ ଗାଆଁ ଏବଂ ବନ୍ଧୁବାନ୍ଧବଙ୍କ ଘର ଖୋଜି ପାଇନଥିଲେ I ଖୋଜାଖୋଜି କରି ସବୁ ଆଡ଼ୁ ନିରାଶ ହେବା ପରେ ବନିତା ଗାଙ୍ଗପୁର ଥାନାରେ ନିଜ ସ୍ୱାମୀ ସୂର୍ଯ୍ୟଙ୍କ ନିଖୋଜ ହେବା ସମ୍ପର୍କରେ ଏତାଲା ଦାୟର କରିଥିବା ଜଣାପଡିଛି I ବନିତାଙ୍କ ସୂଚନା ପ୍ରକାରେ ସୂର୍ଯ୍ୟ ଘରୁ ବାହାରକୁ ଯିବାବେଳେ ଏକ ନାଲି ରଙ୍ଗର ଚେକ୍ ଲୁଙ୍ଗି ପିନ୍ଧିଥିବା ବେଳେ କାନ୍ଧରେ ଏକ ଆକାଶୀ ରଙ୍ଗର ଗାମୁଛା ପକାଇଥିଲେ I ସୂର୍ଯ୍ୟଙ୍କର ରଙ୍ଗ ଶ୍ୟାମଳ ବର୍ଣ୍ଣ ହୋଇଥିବା ବେଳେ ତାଙ୍କର ଉଚ୍ଚତା ପାଞ୍ଚ ଫୁଟ I କୌଣସି ସହୃଦୟ ବ୍ୟକ୍ତି ସୂର୍ଯ୍ୟଙ୍କ ଠିକଣା ପାଇଲେ 7894113594 ମୋବାଇଲ୍ ନମ୍ବର୍ ରେ ଯୋଗାଯୋଗ କରିବା ପାଇଁ ସୂର୍ଯ୍ୟଙ୍କ ସ୍ତ୍ରୀ ନିବେଦନ କରିଛନ୍ତି I

Related Post

ନକଲି ପାଣି ବୋତଲ କାରଖାନା ଉପରେ ପୁଲିସର ଚଢାଉ ୨ ଗିରଫ

Posted by - October 27, 2020 0
ଭୁବନେଶ୍ଵର : ଚନ୍ଦକା ଥାନା ପୁଲିସ ଭୁବନେଶ୍ଵର ଉପକଣ୍ଠ ଛତାବର ପଞ୍ଚାୟତର ଗ୍ରାମଡିରେ ଚାଲିଥିବା ଏକ ନକଲି ପାଣି ବୋତଲ କମ୍ପାନୀ ଉପରେ ଚଢ଼ାଉ କରି ବିପୁଳ…

ଆସନ୍ତା କାଲି ଅଲ୍ ଇଣ୍ଡିଆ ଓବିଶି ମଞ୍ଚର ବନ୍ଦ ଡାକରାକୁ ସନର୍ଥନ ଦେଲା ଟିଟିଲାଗଡ଼ ଓବିଶି ମଞ୍ଚ

Posted by - November 28, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଦୀର୍ଘ ଦିନର ଦାବି ୨୭ ପ୍ରତିଶତ ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ଆଇନକୁ ଲାଗୁ କରିବା ଦାବିରେ ଆସନ୍ତା କାଲି ଅଲ୍ ଇଣ୍ଡିଆ ବନ୍ଦକୁ…

ଫିକା ପଡିଲା କୁମାର ପୁର୍ଣିମା ପର୍ବ

Posted by - October 31, 2020 0
ଭୁବନେଶ୍ବର: ପବିତ୍ର କୁମାର ପୂର୍ଣ୍ଣିମା। ଓଡ଼ିଶାର କୁମାରୀ ଝିଅ ମାନଙ୍କର ମୌଜ ମଜଲିସର ପର୍ବ। ଆଜିର ଦିନରେ ସାକଳୁ ଗାଧୋଇ ନବ ବସ୍ତ୍ର ପରିଧାନ କରି ପୂର୍ଣ୍ଣ…