ସିଏଚସି ରେ ଏକ୍ସ-ରେ ଓ ଇସିଜି ମେସିନ ବିଧାୟକ ଙ୍କ ଦ୍ଵାରା ଉଦଘାଟିତ

299 0

ଭବାନିପାଟଣା ବ୍ୟୁରୋ :(ନରେନ୍ଦ୍ର ନେଗୀ  )ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ର ଆଜି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏକ୍ସ-ରେ ଓ ଇସିଜି ମେସିନ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ବିଧାୟକ ଶ୍ରୀ ବାହିନୀପତି କହିଥିଲେ ଯେ ବୋରିଗୁମ୍ମା ମେଡ଼ିକାଲ ରେ ଏକ୍ସ-ରେ ଓ ଇସିଜି ମେସିନ ପାଇଁ ବହୁ ଦିନରୁ ଦାବୀ ହେଉଥିଲା।

ବୋରିଗୁମ୍ମା ବ୍ଳକ ରେ ଏକ୍ସ-ରେ ଓ ଇସିଜି ଯୋଗୁଁ ବହୁ ଗରିବ ଶ୍ରେଣୀର ରୋଗୀ ଉପକୃତ ହୋଇପାରିବେ ବୋଲି ବିଧାୟକ କହିଥିଲେ।ଖୁବଶୀଘ୍ର ଅଲ୍ଟ୍ରାସାଉଣ୍ଡ ମେସିନ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟକ୍ଷମ ହେବ ବୋଲି ବିଧାୟକ କହିଥିଲେ।ପରେ ଇଣ୍ଡୋର କୁ ଯାଇ ରୋଗୀ ଙ୍କ ସହ ସାକ୍ଷାତ ହୋଇ ଭଲମନ୍ଦ ପଚାରି ବୁଝିଥିଲେ।ଠିକ ଭାବେ ସ୍ୱାସ୍ଥ୍ୟ ସେବା ମିଳୁଛି କି ନାହିଁ ବୋଲି ପଚାରି ବୁଝିଥିଲେ।

ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିର୍ମାଣ ଚାଲିଥିବା ଏମସିଏଚ ବିଲ୍ଡିଂ କୁ ବୁଲି ଦେଖିଥିଲେ।ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସମ୍ପୃକ୍ତ ଠିକାଦାର କୁ କହିଥିଲେ।ଆଜିର ଉଦଘାଟନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ଅରୁଣ କୁମାର ପାଢ଼ୀ, ଡିପିଏମ ଶୁଭକାନ୍ତ ଗନ୍ତାୟତ, ମେଡ଼ିକାଲ ଅଧିକାରୀ ଡ଼.ହରପ୍ରସାଦ ପାଣିଗ୍ରାହୀ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼.ପ୍ରବୀଣ କୁମାର ଦାସ,ରେଡ଼ିଓ ଗ୍ରାଫର ସିପୁନ ମହନ୍ତ, ବିପିଏମ ସରୋଜ କୁମାର ମହାପାତ୍ର ଓ ମେଡ଼ିକାଲ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Related Post

ସମ୍ବଲପୁର ରେ ପାଣି ସ୍ମାର୍ଟ ମିଟର ଲଗାଇବା ପ୍ରସଙ୍ଗରେ ଜନ ସ୍ୱାସ୍ଥ୍ୟ ବିଭାଗ ଓ ଓକିଲ ସଂଘ ମଧ୍ୟରେ ବିବାଦ

Posted by - November 6, 2022 0
ସମ୍ବଲପୁର: ୦୫/୧୦ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସହରରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କ ଘରେ ପ୍ରିପେଟ ସ୍ମାର୍ଟ ମିଟର ଲଗାଇବା ପ୍ରସଙ୍ଗର ବିବାଦ ଥମିବାର ନା ନେଉନାହିଁ l…

ଯାଜପୁର ରେ ସ୍ଥିତି ଜଟିଳ,ଗୋଟିଏ ଦିନରେ ୬ କୋରୋନା ଆକ୍ରାନ୍ତ,ଯାଜପୁର ରେ ମୋଟ ୧୮,ରାଜ୍ୟରେ ୧୦୦

Posted by - April 25, 2020 48
ଯାଜପୁର :୨୫ା୪- ଯାଜପୁର ଦଶରଥପୁର ବ୍ଲକ ଅଂଚଳ ରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ।ସମସ୍ତେ ପୁରୁଷ। ସେମାନଙ୍କ ମଧ୍ୟରୁ ୪ଜଣ ଆକ୍ରାନ୍ତ କଟିକଟା ଅଞ୍ଚଳର ୨୩,୪୯,୫୨,୫୭…

କାଳିଆ କରୁଛି ଗୋଳମାଳିଆ,ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ଗୋଟିଏ ବି କିସ୍ତି ପହଞ୍ଚି ପାରୁନାହିଁ

Posted by - November 25, 2019 0
କେନ୍ଦୁଝର:ତା ୨୪ ନଭେମ୍ବର    ରାଜ୍ୟସରକାର ଚ଼ାଷୀମାନ ଙ୍କ ଚ଼ାଷର ଉନ୍ନତି ପାଇଁ ନିର୍ବାଚ଼ନ ପୂର୍ବରୁ କାଳିଆ ଯୋଜନାରେ ଚ଼ାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ଗୋଟିଏ କିସ୍ତି…

ଅଭାବିକୁ କରାଗଲା ଉପହାସ,ସରକାରି ସହାୟତା ଦାବି

Posted by - August 26, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ) ୨୪/୦୮ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଞ୍ଚାୟତ ପିଣ୍ଡା ପଦର ଗ୍ରାମର ଜଣେ ୧୨ ବର୍ଷୀୟା ବାଳିକା ଜୀବନ ମୃତ୍ୟୁ…

କୋଶଳ ପ୍ରଦେଶ ଦାବୀ ରେ କଳାହାଣ୍ଡି ବନ୍ଦ, ଜନଜୀବନ ପ୍ରଭାବିତ

Posted by - September 7, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବୀ ରେ କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା…