ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର। ତେବେ ଚୋରି ହେଉଥିବା ରାଜସ୍ବ ଯାଉଛି କୁଆଡ଼େ ନେଉଛି କିଏ ? ସେହିପରି ସାଧାରଣ ଲୋକଟିଏ ସରକାରୀ ଆଇନ ଅମାନ୍ୟ କଲେ ଧର୍ତ୍ତବ୍ୟ ଅପରାଧ ଭାବେ ଗ୍ରହଣ କରି କର୍ତ୍ତବ୍ୟରତ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ଏହାର ବ୍ୟତିକ୍ରମରେ ସଂପୃକ୍ତ ସରକାରୀ ଅଫିସର ମାନଙ୍କ ବିରୋଧରେ ଅଭିଯୋଗ ଉଠିଲେ ବଡ଼ବଡ଼ ହାକିମ,ବିଧାୟକ ଓ ମନ୍ତ୍ରୀ ସମସ୍ତେ ଚୁପ କାହିଁକି ବୋଲି ଆଲୋଚନା ଯୋର ଧରିଛି।ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ତେବେ ଏଭଳି ଘଟଣା କୁଳିଅଣା ତହସିଲ ଅଧୀନରେ ପ୍ରାୟତଃ ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଆସୁଛି। ଡୁମୁରଡିହା ରାଜସ୍ବ କାର୍ଯ୍ୟାଳୟ ଅନ୍ତର୍ଗତ କୋଇଲିସୂତା ନିକଟରେ ଜେସିବି ସାହାର୍ଯ୍ୟରେ ଚାଲିଛି ମୁରୁମ ଉତ୍ତୋଳନ ଓ ଚାଲାଣ ।
ପ୍ରକାଶ ଥାଉକି ପୂର୍ବରୁ ରୟାଲଟି ଡିପୋଜିଟ କରାନଯାଇ ଚାଲିଥିଲା ମୁରୁମ ଚାଲାଣ ହେଲେ ଜାଣି ନ ଜାଣିବା ଭଳି ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଏବଂ ତହସିଲଦାର ଚୁପ ହୋଇବସିଥିଲେ । ଏବାବଦରେ ତହସିଲଦାରଙ୍କ ଠାରେ ଅଭିଯୋଗ ହେବାରୁ ସେହି ସ୍ଥାନକୁ ଯାଇ ବାସ୍ତବତା ସରଜମିନରେ ଅନୁଧ୍ୟାନ କରି ଦେଖିଥିଲେ ଏବଂ ପରବର୍ତ୍ତୀ ମୂହୁର୍ତରେ କିଛିଦିନ ପାଇଁ ମୋରମ ଚାଲାଣ ବନ୍ଦ ରହିଥିଲା । ମାତ୍ର ଏବେ ପୁଣି ଚାଲିଛି ଜୋରସରରେ ମୋରମ ଚାଲାଣ । ଏହାକୁ ନେଇ କୁଳିଅଣା ତହସିଲଦାରଙ୍କୁ ଫୋନରେ କହିବା ପରେ ତହସିଲଦାର କହିଥିଲେ ୩୦୦ ସିଏମ ମୁରୁମ ଉତ୍ତୋଳନ କରିନେବା ପାଇଁ ୧୨,୦୦୦ ଟଙ୍କା ଡିପୋଜିଟ କରିଛନ୍ତି , ମାତ୍ର ଜେସିବିରେ ଖୋଳାଯାଇପାରିବ କି ନାହିଁ କଣ ରହିଛି ସରକାରୀ ନିୟମ ପଚାରିବାରୁ ତହସିଲଦାର କହିଥିଲେ ହଁ ଜେସିବି ଦ୍ବାରା ମଧ୍ୟ ମୁରୁମ ଉତ୍ତୋଳନ କରାଯାଇପାରିବ ।(ଯାହାର ଅଡିଓ ରେକଡିଂ ପ୍ରମାଣ ସ୍ବରୂପ ରଖାଯାଇଛି