ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) କଣ୍ଟାମାଳ ବ୍ଳକ ର ମିଶନ୍ ଶକ୍ତିଭବନ ଠାରେ ଆଜି ମହା ଆଡମ୍ବର ରେ ଆନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ୨୦୨୩ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ରେ ମୁଖ୍ଯ ଅତିଥି ଭାବରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜୋସ୍ନାରାଣୀ ପାଢୀ ଯୋଗ ଦେଇ ଥିଲେ। ମିଶନ ଶକ୍ତି ବିଭାଗ ର ଡିପିସି ବିଶ୍ବା ଭୁଷଣ କଅଁର ସୁମନ୍ତ ପଧାନ, ICDS ସୁପରଭାଇଜର ରଶ୍ମିନ୍ ଦିଗାଲମେଘ ମାଳା ମିଶ୍ର ଉପସ୍ଥିତ ଥିଲେ । ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସ୍ବୟଂସହାୟକ ଗୋଷ୍ଠୀ ଏମ୍ବିକେ,ସିଆର୍ପି ମାନେ ଯୋଗ ଦେଇ ଥିଲେ। ମାଣ୍ଡିଆ ରେ ତିଆରି ବିଭିନ୍ନ ଖାଦ୍ଯ ପଦାର୍ଥ କୁ ପ୍ରଦର୍ଶନ କରାଯିବା ସହିତ ଖାଦ୍ଯ ର ମୂଲ୍ଯାୟନ କରିଥିଲେ । ଶେଷରେ ୬ ଗୋଟି ସ୍ବୟଂସହାୟକ ଗୋଷ୍ଠୀ କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ସବାଶେଷରେ BPC ବିଶ୍ବଭୁଷଣ କହଁର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
