ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ପର୍ଶୁରାମ ଜନ୍ମୋତ୍ସବ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପର୍ଶୁରାମ ସମାଜ ତରଫରୁ ଏହି ଜନ୍ମୋତ୍ସବ ପାଈଁ ଜୋରଦାର ପ୍ରସ୍ତୁତି କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ଏହି ଜନ୍ମୋତ୍ସବକୁ ପାଳନ କରାଯାଇଛି।
ସନ୍ଧ୍ୟା ଛଅଟା ସମୟରେ ମହାବୀର ପଞ୍ଚାୟତି ଧର୍ମଶାଳା ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଜୁ ପଟ୍ଟନାୟକ ଛକ, ଶାସ୍ତ୍ରୀ ଛକ, ବ୍ୟାଙ୍କ ଛକ, ମାଉସି ମନ୍ଦିର ଛକ, ଟେଲିଫୋନ ଭବନ ଛକ, ହଟଲି ଛକ ଦେଇ ପୁଣି ଧର୍ମଶାଳା ଠାରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରା ଯାଉଥିବା ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ଛକ ମାନଙ୍କରେ ଅଗ୍ରୱାଲ ସଭା, ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା, ବିଜେପି ନେତା ନବିନ ଜୈନ୍, ଗୋକୁଲି ମହେଶ ଟିବଡିୱାଲ, ଶ୍ରୀରାମ ସେବା ସମିତିର କର୍ମକର୍ତ୍ତାଙ୍କ ଦ୍ବାରା ଥଣ୍ଡା ପାନୀୟ ଏବଂ ସରବତ ବଣ୍ଟନ କରାଯାଇଥିଲା। ଏହି ଶୋଭାଯାତ୍ରା ଯାଉଥିବା ବେଳେ ସହର ସାରା ଜୟ ପର୍ଶୁରାମ ଧ୍ଵନିରେ କମ୍ପି ଉଠିଥିଲା । ଏହି ଶୋଭାଯାତ୍ରାର ବିଶେଷ ଆକର୍ଷଣ ଥିଲା ଡିଜେ, କୀର୍ତ୍ତନ ମଣ୍ଡଳୀ ଏବଂ ବହୂ ସଂଖ୍ୟାରେ ଯୋଗଦେଇଥିବା ପୁରୁଷ ଓ ମହିଳା ମାନେ, ତା ସାଙ୍ଗକୁ ମହିଳା ମାନେ ଏକ ରଙ୍ଗର ଶାଢ଼ୀ ପିନ୍ଧିଥିଲେ।
ଶୋଭାଯାତ୍ରା ଧର୍ମଶାଳା ଠାରେ ପହଞ୍ଚିବା ପରେ ପ୍ରଭୂ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ କରାଯାଇଥିଲା। କର୍ତ୍ତା ରୂପେ ଦିନେଶ ଶର୍ମା ଏବଂ ସପତ୍ନି କୁସୁମ ଶର୍ମା ପୁଜାରେ ବସିଥିଲେ। ପୂଜା ସରିବା ପରେ ସମସ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଜନ୍ମୋତ୍ସବକୁ ସଫଳ କରାଇବାରେ ସଭାପତି ଆରୁସ ଶର୍ମା, ଉପ ସଭାପତି ରାଜେଶ ଶର୍ମା, ସମ୍ପାଦକ ମିଣ୍ଟୁ ଶର୍ମା, ସହ ସମ୍ପାଦକ ନିରଞ୍ଜନ ଶର୍ମା, କୋଷ।ଧକ୍ଷ ପୀୟୂଷ ଶର୍ମାଙ୍କ ସମେତ ସମାଜର ଦୀନୁ ଶର୍ମା, ମୋହନ ଶର୍ମା, ଆଶିଷ ଶର୍ମା,ମନୋଜ ଶର୍ମା, ଦେବି ପ୍ରସାଦ ଶର୍ମା, ମହେଶ ଇନ୍ଦୋରିଆ,ସଞ୍ଜୟ ଶର୍ମା,ବିଶେଷ ଶର୍ମା, ଦୀପକ ଶର୍ମା, ମୋହିତ ଶର୍ମା, ବିକାଶ ଶର୍ମା, ଆତିସ ଶର୍ମା, ପିଣ୍ଟୁ ଶର୍ମା, ବଣ୍ଟି ଶର୍ମାଙ୍କ ସମେତ ପର୍ଶୁରାମ ସମାଜର ବହୁତ ସଦସ୍ୟ, ରାଧାକୃଷ୍ଣ ମନ୍ଦିର କମିଟିର ସଭାପତି ପ୍ରକାଶ ଅଗ୍ରୱାଲଙ୍କ ସହ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି ବୋଲି ସଭାପତି ଆରୁସ୍ ଶର୍ମା କହିଛନ୍ତି।