ପର୍ଶୁରାମ ଜୟନ୍ତୀରେ ଭବାନୀପାଟଣାରେ ବିଶାଳ ବାଇକ ଶୋଭାଯାତ୍ରା

64 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଆଜି ପ୍ରଭୁ ପର୍ଶୁରାମ ଙ୍କ ଜୟନ୍ତୀ ପାଇଁ ପଲ୍ଲୀଠୁ ଦିଲ୍ଲୀ ଯାଏ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଜୟ ପର୍ଶୁରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ଗଗନ ପବନ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜ ଓ ପର୍ଶୁରାମ ସେନା ପକ୍ଷରୁ ପବିତ୍ର ପର୍ଶୁରାମ ଜୟନ୍ତୀ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ ପାଳିତ ହୋଇଯାଇଛି। ଏହି ଅବସରରେ ସହରର ବାଲାଜୀ ମନ୍ଦିର ରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପରେ ବାଲାଜି ମନ୍ଦିର ରେ ପହଞ୍ଚିବା ପରେ ଶୋଭାଯାତ୍ରା କୁ ପ୍ରଜ୍ଞାବାହିନୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

ପର୍ଶୁରାମ ବେଶରେ ଦୁଇଜଣ କଳାକାର ଶେଷଦେବ ପଣ୍ଡା ଓ ଓଁକାର ଦାଶ ସଜିତ ହୋଇଥିଲେ l ସୁସଜ୍ଜିତ ରଥ ସହ ଏହି ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା l ବାଲାଜୀ ମନ୍ଦିର ନିକଟରେ ପ୍ରଜ୍ଞା ବାହିନୀ ପକ୍ଷରୁ ଭଗବାନ ପର୍ଶୁରାମଙ୍କ ରଥ ଓ ଶୋଭାଯାତ୍ରା କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ବ୍ରାହ୍ମଣ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ବୈଠକରେ ଜିଲ୍ଲା ବ୍ରାହ୍ମଣ ସମାଜ ସଭାପତି ଜଗନ୍ନାଥ ମୁଣ୍ଡ, ସମାଜସେବୀ ରାଜେଶ ଠାକୁର,ପ୍ରମୋଦ ଖମାରୀ,ସୁରେନ୍ଦ୍ର ନେଗୀ, ଭବେନ୍ଦ୍ର ପଣ୍ଡା, ପ୍ରଶାନ୍ତ ଠାକୁର, ସତ୍ୟନାରାୟଣ ମହାପାତ୍ର କ୍ଷୀରୋଦ ଚନ୍ଦ୍ର ନେଗୀ, କୃଷ୍ଣମୋହନ ଯୋଶୀ, ଶେଷଦେବ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଏହି ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ବୈଠକରେ ବ୍ରାହ୍ମଣ ସମାଜ ର ୨୮ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେଭଳି ୪୦ ଜଣ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା।ପରେ ବ୍ରାହ୍ମଣ ସମାଜ ପକ୍ଷରୁ ସମାଜର ମଙ୍ଗଳ ପାଇଁ ଏକ ଯଜ୍ଞର ଆୟୋଜନ କରାଯାଇ ଭଗବାନ ପର୍ଶୁରାମ ଙ୍କ ପୂଜାର୍ଚ୍ଚନା କରା ଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଓ ସଦସ୍ୟ ସାମିଲ ହୋଇଥିଲେ।

Related Post

ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା :-ମୁଖ୍ୟମନ୍ତ୍ରୀ

Posted by - April 25, 2021 0
ଭୁବନେଶ୍ବର:ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦିଆଯିବ। ମାଗଣା କରୋନା ଟିକା ନେଇ ଘୋଷଣା…

କରୋନା ମୁକାବିଲା ଲାଗି ୬ ବରିଷ୍ଠ ଆଇଏଏସ ଙ୍କୁ ଭୁବନେଶ୍ୱର ଦାୟିତ୍ୱ

Posted by - April 15, 2020 0
ଭୁବନେଶ୍ୱର ୧୫।୦୪: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଭୁବନେଶ୍ୱରକୁ ୩ ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ତିନି ଜୋନ୍‌ର…

ବାପାଙ୍କ ଶ୍ରାଦ୍ଧ ଦିବସ ରେ ବିଚାରପତି ପୁଅ ଙ୍କ ଆତ୍ମହତ୍ୟା,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Posted by - September 4, 2022 0
ଯାଜପୁର/କଟକ  :କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ ନେଇଛି। ବିଚାରପତିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି…

ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବୀ

Posted by - February 4, 2020 57
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତ ପରିବାର ଲୋକେ । ଘଟଣାକୁ ୫ ଦିନ ବିତିଯାଇଥିଲେ…

ଡ୍ରାଇଭର ମହାସଂଘ ଦ୍ଵିତୀୟ ଦିନ ରେ ଷ୍ଟିୟରିଂ ଛାଡ ଆନ୍ଦୋଳନ

Posted by - March 16, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡ଼ିଶା ଡ୍ରାଇଭର ମହାସଂଘ ର ଡାକରା କ୍ରମେ ଆଜି ସୋନପୁର ଡ୍ରାଇଭର ମହାସଂଘ ପକ୍ଷରୁ 10 ଦଫା ଦାବି ପୂରଣ ନେଇ ଦ୍ଵିତୀୟ ଦିନରେ…