ଯାଜପୁର:ଯାଜପୁର ପୋୖରାଞ୍ଚଳ ର ୧୬ ନମ୍ବର ୱାର୍ଡ ରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।ଏହାକୁ ଡାକ୍ତର ସୁଧାଂଶୁ ଶେଖର ବଳ ଏବଂ ପ୍ରୋଗ୍ରାମ ଅଫିସର ବନ ବିହାରୀ ମିଶ୍ର ଉଦଘାଟନ କରି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଫଳରେ ସ୍ଥାନୀୟ ଜନସାଧାରଣ ଙ୍କ ସମସ୍ୟା ସମାଧାନ ହେବ ବୋଲି କହିଥିଲେ। ଏହି ଅବସରରେ ସ୍ଥାନୀୟ କାଉନସିଲର ପାତିଆ ଦେଉରୀ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
