Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଉମା ଗ୍ରାମର ବରୋଦରୋ ନାଳ ଉପରେ ପ୍ରାୟ ୧କୋଟି ୩୦ ଲକ୍ଷର ଚେକଡେମର ଶିଳାନ୍ୟାସ କଲେ କଣ୍ଟାମାଳ ବିଧାୟକ

52 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଧିନ ଉମା ନିକଟରେ ଥିବା ବରୋଦରୋ ନାଳ ଉପରେ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଜିକା ବିଭାଗ ତରଫରୁ ବିଭାଗୀୟ ମଞ୍ଜୁର ପ୍ରାପ୍ତ ୧କୋଟି ୨୯ଲକ୍ଷ ୬୪ହଜାର ଟଙ୍କାରେ ନିର୍ମାଣ ହେବାକୁ ଥିବା ଚେକଡେମକୁ ଶିଳାନ୍ୟାସ କରିଛନ୍ତି ମାନ୍ୟବର କଣ୍ଟାମାଳ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ଯକ୍ଷ ଶ୍ରୀ ମହୀଧର ରଣା।

ପରେ ବିଭାଗୀୟ ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ଇଂ ସରୋଜ ସାଥୁଆଙ୍କ ସଦ୍ଭାପତିତ୍ଵରେ ଆୟୋଜିତ ସଭାରେ ମୂଖ୍ୟ ଅତିଥିଭାବେ ବିଧାୟକ ଶ୍ରୀରଣା ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ ଯେ, ଆମ ସରକାର ସବୁବେଳେ ବିକାଶକୁ ଗୁରୁତ୍ଵ ଦିଏ। ଚାଷୀଙ୍କ ହିତ ଦୃଷ୍ଟିରୁ ନିଜ ଚେଷ୍ଠାରୁ ପ୍ରକଳ୍ପକୁ ମଞ୍ଜୁର କରାଇଛନ୍ତି ଓ ଉକ୍ତ ଚେକଡେମ ନିର୍ମାଣ ହେଲେ ୪୬ ହେକ୍ଟର ଜମିରେ ଲିଫ୍ଟ ପଏଣ୍ଟ ମାଧ୍ଯମରେ ଚାଷ ଉଭୟ ୠତୁରେ ଚାଷ ହୋଇପାରିବ।

ସେହିପରି ଅନ୍ୟତମ ଅତିଥିଭାବେ କଣ୍ଟାମାଳ ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ୧ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ଉମା ସରପଞ୍ଚ ଦୌଲଥ ପାଣ୍ଡେ, ସମିତି ସଭ୍ୟା ଶ୍ରୀମତୀ ସନ୍ତଳୀ ସୁନା,ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ହେମନ୍ତ ରଣା, ଟେଣ୍ଡର ପ୍ରାପ୍ତ ଠିକାଦାର ଶ୍ରୀକାନ୍ତ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ। କଣ୍ଟାମାଳ ବିଭାଗୀୟ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଧରଣୀଧର କିଷାନ ଧନ୍ୟବାଦ ପ୍ରଦାନ କରିଥିଲେ।

Related Post

ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱାଅର୍ଣିଂ ଜାରି

Posted by - April 19, 2022 0
କଳାହାଣ୍ଡି :(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭୁବନେଶ୍ୱର:- ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା।ଅସହ୍ୟ ତାତିରେ ଜଳୁଛି…

ମୁଖିଗୁଡ଼ା ରେ ପାନୀୟ ଜଳ ସଙ୍କଟ, ଜଳ ଯୋଗାଣ ଦାବିରେ ମହିଳାଙ୍କ ବ୍ଳକ କାର୍ଯ୍ୟାଳୟ ଘେରାଉ

Posted by - December 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ସରକାର ପ୍ରତି ଗାଁକୁ ପାନୀୟଜଳ ର ନାରା ଦେଉଥିଲେ ହେଁ ପ୍ରକୃତ କ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି। କେବଳ ସ୍ଲୋଗାନ ଦେଇ…

ଗଞ୍ଜେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଚାଳକ ଫେରାର

Posted by - May 8, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ତେଲନଦୀ ସେତୁର ସଂଯୋଗ ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ…

ବନ୍ୟା ଆଶଙ୍କା : କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

Posted by - August 26, 2020 0
ଯାଜପୁର ଅଫିସ :ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଜିଲ୍ଳ୍‌ାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ…

୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର

Posted by - April 11, 2020 0
ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ସାମନାକୁ ଆସିଛି। ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି…