କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଓଡ଼ିଶା ମୋ ପରିବାର ର ରାଜ୍ୟ ଆବାହକ ଅରୁପ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂଯୋଜକ ଭାବରେ ଯୁବ ନେତା ଅମିତ ଯାଦବ ଙ୍କୁ ନିଯୁକ୍ତି ଦିଆଯାଇଛି। ଅମିତ ଛାତ୍ର ଜୀବନରୁ ସମାଜସେବାରେ ନିଜକୁ ଜଡ଼ିତ କରି ରକ୍ତଦାନ, ବୃକ୍ଷ ରୋପଣ, ସଫେଇ କାର୍ଯ୍ୟକ୍ରମ ହାତକୁ ନେଇ ଆସୁଛନ୍ତି ।
ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ଅଧିକ ରକ୍ତଦାନ କିଭଳି କରାଯାଇ ପାରିବ ସେ ନେଇ ଚେଷ୍ଟା କରିବି ବୋଲି ସେ କହିଛନ୍ତି । ସେହିପରି ତାଙ୍କୁ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମସ୍ତ ବିଧାୟକ ଏବଂ ନେତୃ ମଣ୍ଡଳୀ ଅମିତଙ୍କ ଏହି ପଦବୀ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।