ଉତ୍ତର ଭୁବନେଶ୍ବର :୧୬/୦୪(ପାୟଲ ରାଉତ )ଆଜି ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥ ପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଖୁଳନା ମାଝୀ ଙ୍କ ଦ୍ଵାରା ନନ୍ଦନକାନନ ଷ୍ଟେଟ୍ ବୋଟାନିକାଲ୍ ଗାର୍ଡେନ ରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।
ଏହି ସଭାରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ରାଉତ ଙ୍କ ସମେତ ପାଞ୍ଚ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଏବଂ ରଘୁନାଥ ପୁର ଗ୍ରାମ ପଞ୍ଚାୟତ ର ମହିଳା ସ୍ଵଂୟ ସହାୟକ ସଂଗଠନ ର ମହିଳା ମାନେ ଯୋଗ ଦେଇ ଥିଲେ ।
ଏହି ସଭାରେ ୩୦ ନମ୍ବର ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ କୁନାଲ ରାଉତ ଙ୍କୁ ବିଜେଡ଼ି ଦଳ ତରଫରୁ ଖୋର୍ଦ୍ଧା ଜିଲ୍ଲା ର ଯୁବ ଉପ ସଭାପତି ରୂପେ ସ୍ଥାନ ଦିଆଯାଇ ଥିବାରୁ ତାଙ୍କୁ ବିଧାୟକ ଏବଂ ରଘୁନାଥ ପୁର ଗ୍ରାମ ର ସରପଞ୍ଚ ଙ୍କ ଦ୍ଵାରା ସମର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀମତୀ ଖୁଲନା ମାଝୀ ଙ୍କୁ ସମସ୍ତ ଅତିଥି ପ୍ରଶଂସିତ କରିଥିଲେ।