ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ର ଗାନ୍ଧୀନଗର ଠାରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଦଳିତ ଜାତିର ଆରାଧ୍ୟ ଦେବତା ବିଶ୍ଵରତ୍ନ ଡ଼ଃ ବାବାସାହେବ୍ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସଂଘର ଯୁବ ସଭାପତି କରୁଣାକର ହାତୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଥୁରା ପଂଚାୟତ ର ଯୁବ ସରପଞ୍ଚ ପ୍ରଦୀପ କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବାସାହେବ୍ ଙ୍କ ତୈଳ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ବୌଦ୍ଧ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଶମ୍ଭୁନାଥ ମହାନନ୍ଦିଆ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଜିର ଯୁବ ସମାଜ ଆମ୍ବେଦକର ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଲୋକଙ୍କୁ ନିଷ୍ଠାପର ସେବା କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ସମାଜସେବୀ ଚିତ୍ରସେନ ବେହେରା , ଉଗ୍ରସେନ ହାତୀ , ରୋହିତ କହଁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବାବାସାହେବ୍ ଜୀବନୀ ଏବଂ ଦଳିତ ଙ୍କ ସାମ୍ବିଧାନିକ ଅଧିକାର ଏଵଂ ସୁରକ୍ଷା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦକ ଅଶେଷ ମହାନନ୍ଦିଆ , କୋଷାଧ୍ୟକ୍ଷ ପ୍ରଶାନ୍ତ କହଁର , ସଙ୍ଗଠନ ସଂପାଦକ ଜ୍ୟୋତି ରଞ୍ଜନ ମହାନନ୍ଦିଆ , ଉପଦେଷ୍ଟା ପୁରୁଷୋତ୍ତମ ବାଘ , ସନତ ବେହେରା , ଯୁବ ସମାଜସେବୀ ଅଜିତ୍ ପୋଢ, ନିରାକାର ହାତି, ଚିତରଞ୍ଜନ ମହାନନ୍ଦିଆ, ରମେଷ କହଁର, ମନୋଜ ମହାନନ୍ଦିଆ, ରମାକାନ୍ତ ହାତୀ , ରଶ୍ମି ରଞ୍ଜନ ବେହେରା , ଅଶୋକ ମହାନନ୍ଦିଆ ପ୍ରମୁଖ ଯୋଗଦେଇ ବାବାସାହେବ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବକୃତା ପ୍ରତିଯୋଗୀତାରେ ଭାଗ ନେଇଥିବା କୂତି ଛାତ୍ର ଛାତ୍ରୀ ଅତିଥି ମାନେ ମାନପତ୍ର ଏବଂ ଉପଢୌକନ ଦେଇ ପୁରସ୍କୃତ କରିଥିଲେ । ଶେଷରେ ସଂଗଠନର ଉପ ସଭାପତି ଶଙ୍କର୍ଷଣ ହାତୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।