Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଟିଟିଲାଗଡ଼ ଆଇସେକ୍ଟ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟରର ଛାତ୍ରଛାତ୍ରୀଙ୍କ ବିଜୟ ଷ୍ଟିଲ ପରିଦର୍ଶନ

456 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶିକ୍ଷା ଗ୍ରହଣ ଦ୍ଵାରା ହିଁ ଆଜି ମଣିଷ ସଂସାରରେ ସବୁ କିଛି କରିପାରୁଛି। ଦିନକୁ ଦିନ ଦୁନିଆ ଯେତେ ଉନ୍ନତି କରୁଛି ବିଭିନ୍ନ ପାଠ୍ୟକ୍ରମ ମଧ୍ଯ ବାହାରୁଛି, ଯଦ୍ଵ।ରା ଚାକିରି ପାଇବା ପାଇଁ ସୁବିଧା ହେଉଛି। ଛାତ୍ର ଛାତ୍ରୀ ମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଏବେ ସରକାର ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଏହି ଶିକ୍ଷା ମାଧ୍ୟମରେ ଯୁବ ପିଢିଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଇସେକ୍ଟ୍ କେନ୍ଦ୍ରର ପରିଚାଳକ ଶ୍ରୀ ଶିବାନନ୍ଦ ଦୀକ୍ଷିତ ନିଜ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଧରି ଟିଟିଲାଗଡର ଅଗ୍ରଣୀ ଇଣ୍ଡଷ୍ଟ୍ରି ବିଜୟ ଷ୍ଟିଲକୁ ଗୁରୁବାର ଦିନ ପରିଦର୍ଶନରେ ନେଇଥିଲେ। ସଂସ୍ଥାର ପରିଚାଳକ ଶ୍ରୀ ତ୍ରିଲୋକ ରାଓଙ୍କ ଏବଂ ସତ୍ୟମ ରାଓ। ଶ୍ରୀ ସତ୍ୟମ ରାଓ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନିଜ ଇଣ୍ଡଷ୍ଟ୍ରି ବୁଲାଇ କିପରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଏ ବୁଲାଇ ଦେଖାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ଯ ଦେଇଥିଲେ। ଗୋଟିଏ ବ୍ୟବସାୟ ଆରମ୍ଭ କରିବାକୁ ହେଲେ କଣ କଣ ଦରକାର ? ସରକାରି ସୁବିଧା କଣ କଣ ରହିଛି ?

ନିଜେ ବ୍ୟବସାୟ କିପରି କରିପାରିବେ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।୧୯୯୬ ମସିହାରୁ ଆରମ୍ଭ ହୋଇଥିଲା ମାତ୍ର ୪ ଜଣ ଶ୍ରମିକଙ୍କୁ ନେଇ, ଆଜି ୨୭ ବର୍ଷ ସଫଳତାର ଶୀର୍ଷକୁ ପହଁଚିବା ସହ ଆଜି ୮୦ ଜଣ କାରୀଗରଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି। ଲୁହା ଏବଂ ଷ୍ଟେନଲେସ ଷ୍ଟିଲର ବହୁତ ଭେରାଇଟିର ସାମଗ୍ରୀ ପ୍ରସ୍ତୁତ କରି ନିଜ ସହର ତଥା ପଶ୍ଚିମ ଓଡ଼ିଶାକୁ ସପ୍ଲାଏ କରୁଛନ୍ତି।

ଖାସ କରି ଲୁହା ଆଲମାରୀ, ରେକ, ଘରରେ ବ୍ୟବହୃତ ହେଉଥିବା ଲୁହା କବାଟ, ଝରକା, ଗେଟ, ଛାତ୍ ଉପରେ ଦିଆଯାଉଥିବା ରୁଫ ସେଡ, ସେଣ୍ଟରିଂ ପ୍ଲେଟ ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ଲୋକଙ୍କ ଚାହିଦା ଅନୁସାରେ ମଧ୍ଯ ତିଆରି କରି ଯୋଗାଇ ଦିଆଯାଉଛି ବୋଲି କହିବା ସହ ଶ୍ରୀ ରାଓ କିପରି ପରିଶ୍ରମ କରି ଆଜି ଏହି ସଫଳତା ପାଇଛନ୍ତି ସେହି ସଫଳତାର ବିଷୟରେ ବର୍ଣ୍ଣନା ଆଇସେକ୍ଟ ସ୍କିଲ ସେଣ୍ଟରର ପରିଚାଳକ ବର୍ଣ୍ଣନା କରିଥିଲେ।

Related Post

ଶିକ୍ଷାଦାନ -ଶିକ୍ଷଣ ର ଏକ ଅଭିନଵ ପ୍ରୟାସ

Posted by - August 7, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) କରୋନା ମହାମାରୀ ଯୋଗୁଁ ପ୍ରାୟ ଦୀର୍ଘ ୨ ବର୍ଷ ହେଲା ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି, ସରକାରୀ ସ୍ତରରେ ଓଡିଶା ଗଣଶିକ୍ଷା…

ଜ଼ୀଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - December 2, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )-ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗୋପବନ୍ଧୁ ସରକାରି ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଜ଼ୀଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ବସ ଷ୍ଟାଣ୍ଡ ପରିସରରେ ପରିବହନ ବିଭାଗ ପକ୍ଷରୁ ଚକ୍ଷୁ ପରିକ୍ଷା

Posted by - January 23, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଜାତୀୟ ସଡକ ସୁରକ୍ଷା  ସପ୍ତାହ ଅବସରରେ ଯାଜପୁର ବସ ଷ୍ଟାଣ୍ଡ ପରିସରରେ ପରିବହନ ବିଭାଗ ପକ୍ଷରୁ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରୀଯାନ ଚାଳକ ମାନଙ୍କର ଆଖି ପରିକ୍ଷା କରାଯାଇ ସେମାନଙ୍କର ଚିକିତ୍ସା କରାଯାଇଥିଲା । ଗାଡି ଚଳାଇବା ବେଳେ ଚାଳକ ମାନଙ୍କର ଦୃଷ୍ଟି ଶକ୍ତି ଠିକ୍ ରହିବା ଦରକାର । ଚାଳକ ମାନଙ୍କର ଦୃଷ୍ଟି ଶକ୍ତି ଉପରେ ସଡକ ସୁରକ୍ଷା ନିର୍ଭର କରିଥାଏ ,ସେଥିପାଇଁ ଚାଳକ ମାନଙ୍କର ଚକ୍ଷୁ ପରିକ୍ଷା ନିହାତି ଜରୁରୀ ବୋଲି ଯାଜପୁର ପରିବହନ ଅଧିକାରୀ ସୂଚନା ଦେଇଥିଲେ । ଏଭଳି ପରିକ୍ଷା ଦ୍ୱାରା ଗାଡି ଦୁର୍ଘଟଣା ରୁ ରକ୍ଷା ପାଇପାରିବ ବୋଲି ଗାଡି ମାଲିକ ମାନେ ମତ ଦେଇଛନ୍ତି

ମହାନଦୀ ଉପରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ ଶେଷ, ଲୋକାର୍ପଣକୁ ଅପେକ୍ଷା

Posted by - October 26, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ରାଜ୍ୟର ଅନ୍ୟତମ ଅନୁନ୍ନତ ଜିଲ୍ଲା ରୂପେ ପରିଚିତ ବୌଦ୍ଧ ଜିଲ୍ଲାରେ ଯୋଗାଯୋଗ ର ବିକାଶ ପାଇଁ ଗ୍ରହଣ କରାଯାଇଛି ବ୍ୟାପକ…