ନୂଆଦିଲ୍ଲୀରେ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ୪୫ ବର୍ଷର ସୃଜନଶୀଳ ଉପଲବ୍ଧି ପ୍ରଦର୍ଶିତ

87 0

ନୂଆଦିଲ୍ଲୀ: ୦୭.୦୪ ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି। ଶ୍ରୀ ସାହୁଙ୍କର ଦୀର୍ଘ ୪୫ ବର୍ଷର କଳାକୃତି ଓ ସୃଜନଶୀଳ ଉପଲବ୍ଧିକୁ ଏଠାରେ ପ୍ରଦର୍ଶନ କରଯାଇଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଚାଲିବାକୁ ଥିବା “ଚିତ୍ରକାବ୍ୟ” ଶୀର୍ଷକ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀକୁ କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖୀ ଉଦଘାଟନ କରିଛନ୍ତି।


ଚଳିତ ପ୍ରଦର୍ଶନୀରେ ସ୍ଥାନ ପାଇଥିବା ୪୦ ଟିରୁ ଉର୍ଦ୍ଧ୍ଵ ଛବି, କାନଭାସ୍ ଉପରେ ଆକ୍ରେଲିକ୍ ଓ କଲମ କାଳୀ ବ୍ୟବହାର କରି ଅଙ୍କା ଯାଇଥିବା, ଏହାର ପ୍ରଧାନ ବିଶେଷତ୍ଵ ବୋଲି ଗଣ୍ୟ କରାଯାଉଛି। ପ୍ରାୟତଃ ସମସ୍ତ ଚିତ୍ର, ପ୍ରକୃତି ଓ ପରିବାର ଉପରେ ଆଧାରିତ ହୋଇଥିବା ଲକ୍ଷ୍ୟ କରାଯାଉଛି। ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ବନିଥିବା ୨୦ ଫୁଟ ଲମ୍ବ ଓ ୮ ଫୁଟ ଉଚ୍ଚତା ବିଶିଷ୍ଟ ବୌଦ୍ଧ କୀର୍ତ୍ତିକୁ ପ୍ରସ୍ତୁତ କରିବା ପାଇଁ ଚିତ୍ରକାର ଶ୍ରୀ ସାହୁଙ୍କୁ ଦୁଇ ବର୍ଷ ସମୟ ଲାଗିଥିବା ବେଳେ ଅନ୍ୟତମ ଆକର୍ଷଣ ୧୬ ଫୁଟ ଲମ୍ବ ଓ ୭ ଫୁଟ ଉଚ୍ଚତା ବିଶିଷ୍ଟ ପରିବାର ଏବଂ ପ୍ରକୃତି ଆଧାରିତ ଚିତ୍ର ଅଙ୍କନ କରିବା ପାଇଁ, ସେ ଦେଢ଼ ବର୍ଷ ସମୟ ବିତାଇ ଥିବା ଜଣାଯାଇଛି। ଏହି ଦୁଇଟି ଚିତ୍ର ଦର୍ଶକ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହେଉଛି।


ଶ୍ରୀ ସାହୁଙ୍କର ଏହା ଚତୁର୍ଥ ଏକକ ପ୍ରଦର୍ଶନୀ। ଏହା ପୂର୍ବରୁ ତାଙ୍କର ପ୍ରଦର୍ଶନୀ ଭୁବନେଶ୍ଵର, ନୂଆଦିଲ୍ଲୀ ଏବଂ ଆମେରିକା ଠାରେ ଅନୁଷ୍ଠିତ ହୋଇସାରିଛି। “ଚିତ୍ରକାବ୍ୟ” ପ୍ରଦର୍ଶନୀରେ ଶ୍ରୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ସାଙ୍ଗକୁ ତାଙ୍କ ଦ୍ୱାରା ପ୍ରଯୋଜିତ ଗୀତ ଏବଂ ତାଙ୍କର କଳାତ୍ମକ ଯାତ୍ରାର ସାଧନା ଓ ସିଦ୍ଧିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଶ୍ରୀ ସାହୁଙ୍କ ଦ୍ଵାରା ନିର୍ମିତ ଜାତୀୟ ସ୍ତରର ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ତେନଜିଂ ନର୍ଗେ ଏବଂ ଧ୍ୟାନଚାନ୍ଦ ଆଦି ପୁରସ୍କାର ଟ୍ରଫିର ପ୍ରତିକୃତି ଏଥିରେ ସ୍ଥାନ ପାଇଛି। ଏହା ବ୍ୟତୀତ ତାଙ୍କ ଦ୍ଵାରା ପ୍ରସ୍ତୁତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଚଳିତ ମୁଦ୍ରାର ଆକୃତି ଏବଂ ନବକଳେବର ଡାକ ଟିକଟ ର ଲୋଗୋ ମଧ୍ୟ ପ୍ରଦର୍ଶିତ ହେଉଛି।

ସାଧାରଣତନ୍ତ୍ର ଦିବସର ପ୍ୟାରେଡ଼ରେ ଓଡ଼ିଶା ତରଫରୁ ସ୍ଥାନ ପାଇ ବହୁ ଚର୍ଚ୍ଚିତ ଓ ପ୍ରୁରସ୍କୃତ ହୋଇଥିବା, ଶ୍ରୀ ସାହୁ ଙ୍କ ଦ୍ଵାରା ପରିକଳ୍ପିତ ଖଣ୍ଡଗିରି- ଉଦୟଗିରି, ବୋଇତ ବନ୍ଦାଣ, ଦୋଳ ମେଲଣ ଏବଂ ଲିଙ୍ଗରାଜଙ୍କର ରୁକୁଣା ରଥ ଆଦି ବିଷୟ ବସ୍ତୁ ଆଧାରିତ ପ୍ରଜ୍ଞାପନ ମେଢର ପ୍ରତିମୂର୍ତ୍ତି ବି ଏହି ପ୍ରଦର୍ଶନୀର ଶୋଭା ବର୍ଦ୍ଧନ କରୁଥିବା ଦେଖାଯାଉଛି। ଅନନ୍ୟ ଏବଂ ଅସାମାନ୍ୟ କଳା ଚତୁର୍ଯ୍ୟ ର ଅଧିକାରୀ, ଶ୍ରୀ ସାହୁଙ୍କ ଦ୍ଵାରା ପ୍ରଯୋଜିତ “ସ୍ଵରବର୍ଣ୍ଣ” ନାମକ ସାତ ଟି ଗୀତର ସିଡି ହାବିଟାଟ୍ ପ୍ରଦର୍ଶନୀରେ ସ୍ଵତନ୍ତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ବନିଛି।

ଶ୍ରୀ ସାହୁଙ୍କର ପ୍ରତିଭା ଓ ପାରଦର୍ଶିତା କୁ ଆଗନ୍ତୁକ ବିଶିଷ୍ଟ ବ୍ୟକ୍ତି, କଳା ପ୍ରେମୀ ଜନସାଧାରଣ, ସମୀକ୍ଷକ, ପୃଷ୍ଠପୋଷକ, ଚିତ୍ରକାର ଏବଂ ଚିତ୍ରଗ୍ୟାଲେରୀ ମାନଙ୍କର କର୍ମକର୍ତ୍ତା ମାନେ ଭୂରି ଭୂରି ପ୍ରଶଂସା କରୁଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ। ଦୀର୍ଘ କାଳ ଧରି ବି.କେ ଆର୍ଟ କଲେଜର ପ୍ରାଧ୍ୟାପକ ଭାବରେ ଏବଂ ପରେ ରାଜ୍ୟ ଲଳିତକଳା ଏକାଡେମୀର ସଚିବ ଭାବରେ ଓଡ଼ିଶା ଓ ଜାତୀୟ ସ୍ତରରେ ଚିତ୍ରକଳା ଜଗତକୁ ସମୃଦ୍ଧ କରିବାରେ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ବ୍ୟାପକ ଯୋଗଦାନ ରହିଥିବା ଜଣାଯାଇଛି।

Related Post

ରାଷ୍ଟ୍ରପତିଙ୍କର “ଆଟ ହୋମ” ବନ୍ଧୁ ମିଳନରେ ଓଡ଼ିଆ ଅତିଥି

Posted by - January 28, 2023 0
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର “ଆଟ ହୋମ”ବନ୍ଧୁ ମିଳନ ମହାସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏହି ଭବ୍ୟ ଆସରରେ ବହୁ ମାନ୍ୟଗଣ୍ୟ ଓଡ଼ିଆ ଅତିଥି ଯୋଗ…

ଓଡିଶାପାଇଁ ଯିଏ ଭଲ କରିବ ତା ସହ ରହିବୁ:ନବୀନ ପଟ୍ଟନାୟକ

Posted by - April 15, 2019 10
ଭୁବନେଶ୍ବର୧୫|୪:ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ…

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା କଥା ସଂସଦରେ ଉଠାଇଲେ ସାଂସଦ ସୁରେଶ ପୁଜାରୀ

Posted by - December 10, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଲୋକସଭା ରେ ଓଡ଼ିଶା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇଛନ୍ତି ସାଂସଦ ସୁରେଶ ପୁଜାରୀ । ଲୋକସଭା ରେ ଆଜି ସାଂସଦ…

ନୂଆଦିଲ୍ଲୀରେ ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠା ଦିବସ ପାଳନ

Posted by - May 8, 2023 0
ନୂଆଦିଲ୍ଲୀ:୦୮/୦୫ ନୂଆଦିଲ୍ଲୀଠାରେ ଶୋଭନୀୟ ଆନ୍ଦୋଳନର ୬୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହାସହିତ ଶୋଭନୀୟ ଆନ୍ଦୋଳନର ସଂସ୍ଥାପକ ପୂଜ୍ୟ କୁମାର ଭାଇଙ୍କର ୭୬ତମ ଜୟନ୍ତୀ ଉତ୍ସବ ମଧ୍ୟ…

ବିନା ରାଜ୍ୟରେ ରାଜା , “ଗଜପତି” ପୁସ୍ତକ ଉନ୍ମୋଚୋନ

Posted by - September 20, 2022 0
ନୁଆଦିଲ୍ଲୀ (ବ୍ୟୁରୋ)  : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ…