ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସମ୍ମୁଖରେ ଆଜି ଏହି ଧାରଣା ଦିଆଯାଇଛି । ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ ଗିରଫ କରିବା ସହ ମିଛ ଦଫା ଲଗାଇ କୋର୍ଟ ଚାଲାଣ କରୁଛି । ସରକାରୀ ଦଳର ଚାଟୁକାର ସାଜି ଗତ ୨ତାରିଖରେ ବିଂଝାରପୁର ବ୍ଲକ କଲ୍ୟାଣପୁର ପଂଚାୟତର ନିଲମ୍ବିତ ସରପଂଚଙ୍କ ସ୍ୱାମୀଙ୍କୁ ପୋଲିସ ଆକ୍ରୋସମୁଳକ ଭାବେ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ମିଛ ଦଫା ଲଗାଇ କୋର୍ଟ ଚାଲାଣ କରିବା ଘଟଣାକୁ ଏମାନେ ତିବ୍ରନିନ୍ଦା କରିଛନ୍ତି । ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବାର ପ୍ରତିସୃତି ଦେବା ସହ ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକାରୀ ନକଲେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।
