Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

97 0

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ) ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସୋନପୁର ସହର ଡି କଲୋନୀ ଝୁପୁଡିପଡ଼ା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ବିଶ୍ୱରଂଜନ ପତି ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସହରାଞ୍ଚଳ ର ଅଧିବାସୀଙ୍କୁ ଓ ପି ଡି ସେବା ସହ ଫିଜିଓଥେରାପି, ଯୋଗ, ଲ୍ୟାବ ଟେଷ୍ଟ ଓ ମାଗଣା ଔଷଧ ସେବା ଯୋଗାଇ ଦିଆଯିବ lଏହା ପ୍ରତିଦିନ ସକାଳ ୮ ଟାରୁ ଦିବା ୧୧ ଟା ଓ ସନ୍ଧ୍ୟା ୫ ଟା ରୁ ରାତି ୮ ଟା ଯାଏ ଖୋଲା ରହିବ l ଏହି ସଂସ୍ଥାର ପରିଚାଳନା ଦାୟିତ୍ୱ ବେସରକାରୀ ସଂସ୍ଥା ପିପୁଲସ ଫୋରମ କୁ ଦିଆଯାଇଛି l

ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଳାସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ )ଡ଼ ଦୁର୍ଗାଦତ୍ତ ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପଦ୍ମହଂସା ଦୋରା, ଡା ରମେଶ ଚନ୍ଦ୍ର ସ୍ୱାଇଁ, ଡି ପି ଏମ ବିଶ୍ୱମ୍ବର ବେହେରା, ସହ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ ସାହୁ, ଏ ପି ଡେମିଓଲୋଜିଷ୍ଟ ଡା ବିଷ୍ଣୁ ଚରଣ ମାଝୀ, ଡ଼ିଡ଼ିଏମ ପ୍ରଦୀପ ସାହୁ, ସହ କାର୍ଯ୍ୟକ୍ରମ ପରିଚାଳକ ତରଣୀସେନ ପ୍ରଧାନ, ଗୀତାଞ୍ଜଳି ମେହେର, ଶୋଭନା ଦାଶ, ହସ୍ପିଟାଲ ମ୍ୟାନେଜର ଦେବସ୍ମିତା ପ୍ରିୟଦର୍ଶିନୀ, ମାଇକ୍ରୋବାୟଲୋଜିଷ୍ଟ ଶାଶ୍ଵତୀ ଶତପଥୀ ତଥା ପିପୁଲସ ଫୋରମ ତରଫରୁ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ସଞ୍ଜୟ କୁମାର ସେଠୀ ଓ କାର୍ଯ୍ୟକ୍ରମ ପରିଚାଳକ ଅଜୟ ଦେବତା ସହ ସ୍ୱାସ୍ଥ୍ୟ କର୍ମଚାରୀ ଷ୍ଟାଫ, ଆଶାକର୍ମୀ ଓ ଏସ ଏଚ ଜି ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ l

 

Related Post

କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହେଲା ଭୁବନେଶ୍ୱରର ୪ଟି ଅଞ୍ଚଳ,ବସ୍ତି ଉପରେ ରହିଛି କଡା ନଜର : ବିଏମସି କମିସନର

Posted by - July 11, 2020 843
ଭୁବନେଶ୍ବର :ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୮୭୩ ଜଣ ଆରୋଗ୍ୟ ଲାଭ କରିବା ସହ…

ଜିଲ୍ଲା ରେଡ଼କ୍ରସ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

Posted by - May 9, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖା ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ…

ବୈବାହିକ ଜୀବନକୁ ମଧୁର କରେ ସଜନା ଛୁଇଁ ସୁପ ,ଜାଣନ୍ତୁ ସଜନା ଛୁଇଁରେ କଣ କଲେ ଭିଟାମିନ ମିଳିଥାଏ

Posted by - January 2, 2019 0
ଆପଣଙ୍କର ବାଡ଼ି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ। ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ। ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ?…

ରୋଟାରି କ୍ଳବ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଉଦଯାପିତ

Posted by - March 20, 2023 0
ଯାଜପୁର:ଯାଜପୁର ରୋଟାରି କ୍ଳବ ପରିସରରେ କ୍ଲବ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ଦୀର୍ଘ ପାଞ୍ଚ ଦିନ ଧରି ନିଶୁକ୍ଳରେ ଫିଜିଓଥେରାପି  ସେବା…

ବୁଦ୍ଧିଯିବୀ ଙ୍କ ଚର୍ଚ୍ଚାରେ ଅନୁଗୋଳ ବିଶ୍ଵକର୍ମା ଘରୋଇ ଠିକାଦାର ସଂଘ

Posted by - September 23, 2019 0
ଅନୁଗୋଳ ୨୨/୯/୨୦୧୯ (ମହେଶ ଭୋମରାଜ)ରବିବାର ଦିନ ବିଶ୍ଵକର୍ମା ଘରୋଇ ଠିକାଦାର ସଂଘ ଦ୍ବାରା ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଉକ୍ତ ରକ୍ତଦାନ ଶିବିର…