ଡ୍ରାଇଭର ଏକତା ମହମଞ୍ଚ ର ଷ୍ଟିଅରିଂ ଛାଡ ଆନ୍ଦୋଳନ

99 0

ଧର୍ମଗଡ:୧୫/୩( ହେମନ୍ତ କୁମାର ମାଝୀ)ଓଡ଼ିଶା ରେ ଡ୍ରାଇଭର ମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷ ରୁ ୧୫ ତାରିଖ ବୁଧ ବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟ ବ୍ୟାପୀ ଡ୍ରାଇଭର ଧର୍ମଘଟ ଓ ଅଖ ଚକ ବନ୍ଦ ଡାକରା ଦିଆ ଯାଇଛି । ଏହି ପରିପେକ୍ଷି ରେ ଧର୍ମଗଡ ରେ ମଧ୍ଯ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ଆଜି ଧର୍ମଗଡ ଠାରେ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷ ରୁ ବ୍ଲକ ଆଡମିନ ତପନ ନିଆଲ, ସଭାପତି ଲକ୍ଷ୍ମୀକାନ୍ତ ବାଗ, ସମ୍ପାଦକ ସହଦେବ ଚଣ୍ଡି, କଳାହାଣ୍ଡି ଜିଲ୍ଲା ଉପ ସଭାପତି କାର୍ତ୍ତିକ ଚଣ୍ଡି, ଗଣେଷ ସାହୁ, ବାପି ପଣ୍ଡା, କୈବଲ୍ୟ ଭଇ ସାଲ, ମନୋଜ ଗୋପାଲ, ତ୍ରିତ ଲାଲ ନାଏକ, ଉମେଶ ଚନ୍ଦ୍ର ଭଇସାଲ, ମୋତିଲାଲ ଶବର, ଜଗଦୀଶ ମହାନନ୍ଦ, ନିରଞ୍ଜନ ଚଲାନ, ସାଲିମ ଦାସ, ଧୋବଲେ ବଗର୍ତ୍ତୀ, ସୁବୋଧ ନାଏକ, ଅଶ୍ଵିନ ନାଏକ,ଜଗନ୍ନାଥ ଚଣ୍ଡୀ ଙ୍କ ସମେତ ଶତାଧିକ ଡ୍ରାଇଭର ଏହି ଆନ୍ଦୋଳନ ରେ ସାମିଲ ହୋଇ ରାଜ ରାସ୍ତା କୁ ଓହ୍ଲାଇ ଥିଲେ ।

ଧର୍ମଗଡ ସହର ର ଚାରିଛକ, ବିଜୁ ଏକ୍ସପ୍ରେସ ରାସ୍ତା ରେ ଗୋଲେଇ ଛକ ଠାରେ ଡ୍ରାଇଭର ମାନେ ଜମା ହୋଈ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘରୋଇ ନମ୍ବର ଥିବା ଗାଡ଼ି ଗୁଡିକୁ ବାଦ ଦେଇ ହଳଦିଆ ନମ୍ବର ପ୍ଲେଟ ଥିବା ଗାଡି ସବୁ କୁ ଅଟକାଇ ଥିଲେ । ଆନ୍ଦୋଳନ ଯୋଗୁ ଆଜି ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହି ଥିଲା ଫଳ ରେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବା ପାଈ ଅପେକ୍ଷା କରି ରହିଥିବା ଯାତ୍ରୀ ମାନେ ହଇରାଣ ହୋଇ ଥିଲେ । ଏପରିକି ଆନ୍ଦୋଳନ କାରି ଡ୍ରାଇଭର ମାନେ ସରକାରୀ ବସ କୁ ମଧ୍ୟ ଅଟକାଇ ଛାଡ଼ି ନଥିଲେ । ପରେ ପୋଲିସ ର ହସ୍ତକ୍ଷେପ ପରେ ବସ ଟି କୁ ଡ୍ରାଇଭର ମାନେ ଛାଡି ଥିଲେ । ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ୧୦ ଦଫା ନ୍ୟାର୍ଯ୍ୟ ଦାବି ପ୍ରତି ଅଣଦେଖା କରୁଥିବା ବେଳେ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସଂଘ ପକ୍ଷରୁ କୁହା ଯାଇଛି ।

Related Post

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଦନ୍ତାମୁରା ଗ୍ରାମବାସୀ

Posted by - November 23, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପନ ହୋଇଥିବା ଜଳଭଣ୍ଡାରର ପାର୍ଶ୍ଵବର୍ତ୍ତୀ ପାହାଡ଼ ପର୍ବତଘେରା ଅବହେଳିତ ଗାଁ ହେଉଛି ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା…

ଜିରୋ ନାଇଟ ଏବଂ ନୂତନ ବର୍ଷ ପାଳନ ଉପରେ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

Posted by - December 24, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ଜିରୋ ନାଇଟ ଏବଂ ନୂତନ ବର୍ଷ ପାଳନ ନିମନ୍ତେ ପ୍ରବଳ ଜନସମାଗମକୁ ଲକ୍ଷ କରି ଜିଲ୍ଲା ପ୍ରଶାସନ ନୂତନ ଗାଇଡ଼ ଲାଇନ ଜାରି…

ବରୀ ବ୍ଲକରେ ବୁଲ୍‌ବୁଲ୍ କାର୍ଯ୍ୟରେ ବ୍ୟାପକ ଅନିୟମିତତା,ଭିଜିଲାନ୍ସ ତଦନ୍ତ ଦାବି

Posted by - February 26, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି ) ବରୀ ବ୍ଲକରେ ବୁଲ୍‌ବୁଲ୍ ଅନୁଦାନରେ ନିର୍ମାଣ ହୋଇଥିବା କାର୍ଯ୍ୟରେ ବ୍ୟପକ ଅନ୍ୟମିତତା ହୋଇଛି । ଏନେଇ ବରୀ କଂଗ୍ରେସ ପକ୍ଷରୁ ଏକ…

ତିନି ଦଫା ଦାବି ନେଇ ପଛୁଆ ଅଞ୍ଚଳ ବିକାଶ ସଂଗ୍ରାମ ପରିଷଦ କଳାହାଣ୍ଡି ପକ୍ଷ ରୁ ଏ ଫ ସି ଆଇ ଘେରାଉ

Posted by - November 25, 2022 0
କେସିଙ୍ଗା :(ପୀତେଶ ପଟେଲ)ବିଗତ ଦୁଇ ବର୍ଷ ହେଲାଣି କୋରୋନା ମହାମାରୀ ପରେ ଚାଷୀ ମାନଙ୍କ ର ଆର୍ଥିକ ମାନଦଣ୍ଡ ବହୁତ ଖରାପ୍ ନିଜ ଗୋଡ଼ରେ ଠିଆ ହୋଇ…

ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚlତୁର୍ଯ୍ୟ

Posted by - October 15, 2022 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତ ରାମପୁର ମାରୁତି ମଠଠାରେ ବହୁ ଦିନ ପୂର୍ବର ଏକ ମହୁଲ ବୃକ୍ଷ ଅଛି l ଏହି ବୃକ୍ଷ ଉପରେ ବର,ପିପ୍ପଳ,ମହୁଲ ,…