ଯୋଗାଣ କାର୍ଯ୍ୟରେ ନିୟୋଜିତ ଅସ୍ଥାୟୀ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଦାବିପତ୍ର ପ୍ରଦାନ

54 0

ଯାଜପୁର:ଯାଜପୁର ଜିଲ୍ଲାର ଗ୍ରାମ୍ୟ ଓ ସହରାଞ୍ଚଳ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଅସ୍ଥାୟୀ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସାତଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। କର୍ମଚାରୀଙ୍କ ପକ୍ଷରୁ ରାଜ୍ୟ ସମ୍ପାଦକ ଶ୍ରୀବଶ୍ଚ କୁମାର ବେହୁରାଙ୍କ ନେତୃତ୍ୱରେ ସହରର ଗାନ୍ଧୀଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।

ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାରେ ସରକାର ଅଣଦେଖା କରିଥିବା ବେଳେ ବର୍ତମାନ ସମୟରେ ଅସ୍ଥାୟୀ ଚାକିରିରେ ପରିବାର ଚଳାଇବା ସମ୍ଭବ ହେଉନାହିଁ। ତେଣୁ ୱାର୍କଚାର୍ଜ କର୍ମଚାରୀଙ୍କୁ ରେଗୁଲାର,ପୁରୁଣା ପେନସନ ଲାଗୁ, ଆଉଟ ସୋରସିଂଙ୍କ ଦରମା ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତିଆଦି ଦାବି କରାଯାଇଛି। ଏହି ପ୍ରତିବାଦ ରେ ଯାଜପୁର ସଙ୍ଘ ସଭପତି ବିଷ୍ଣୁ ଚରଣ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ

Related Post

ଜିଲ୍ଲା ପ୍ରଶାସନ ର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟ କ୍ରମ

Posted by - September 22, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ…

ଝରଣା ପାଣି ଭରସା ରେ କୁଟ୍ରୂମାଲି ଗ୍ରାମବାସୀ। ଯୋଜନ ଦୂରରେ ବସୁଧା, ସୌଭାଗ୍ୟ ଯୋଜନା

Posted by - September 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବିକାଶ ପାଇଁ ମାଳ ମାଳ ଯୋଜନା ଚାଲିଛି, ପାଣି ପରି କୋଟି କୋଟି ଟଙ୍କା ର ବ୍ୟୟ ବରାଦ…

ଦ୍ୱିତୀୟ ଦିନରେ ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଜାରି – ଟିଟିଲାଗଡରେ ଚାଲୁନି ଟେକ୍ସି ଗାଡ଼ି

Posted by - March 16, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ବ୍ୟାପି ଧର୍ମଘଟ ଆଜି ଦିତୀୟ ଦିନରେ ପହଞ୍ଚିଛି। ଧର୍ମଘଟ ଡାକରାର ୨୪ ଘଂଟା ବିତି ଯାଇଥିଲେ ହେଁ ଏତେବେେଳ…

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

Posted by - October 30, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଳିନିକକୁ ସିଲ କରାଯାଇଥିବା ଜଣାପଡିଛି…