ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଆଜି ବ୍ରାହ୍ମଣ ସମାଜ ତରଫରୁ ଆସନ୍ତା ଏପ୍ରିଲ ୯, ୧୦ ତାରିଖରେ ସାମୁହିକ ବ୍ରତୋପନୟନ ଆୟୋଜନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସଭାପତି ଶ୍ରୀ ବିଶ୍ୱରାମ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ବନମାଳୀ ଦାଶ, ବରିଷ୍ଠ ଉପଦେଷ୍ଟା ରାଜୀବଲୋଚନ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ l କରୋନା ମହାମାରୀ ଯୋଗୁଁ ୨ ବର୍ଷ ଏହି ସାମୁହିକ ବ୍ରତୋପନୟନ ବନ୍ଦଥିଲା ।
ଚଳିତ ବର୍ଷ ଏହି ବ୍ରତୋପନୟନ କରାଯିବାର ନିଷ୍ପତି ନିଆଯାଇଛି। ଆମ ବ୍ରାହ୍ମଣ ସମାଜ ଆଜିକୁ ଦୀର୍ଘ ୧୨ ବର୍ଷ ହେଲା ସାମୁହିକ ବ୍ରତୋପନୟନ କରିଆସୁଛୁ ଚଳିତବର୍ଷ ମଧ୍ୟ ଆୟୋଜନ କରିବୁ ବୋଲି ସଭାପତି ସୁଚନା ଦେବା ସହ ସମାଜର କୌଣସି ଗରିବ ସ୍ଵଛଳ ପିଲା ଓ କୌଣସି କାରଣରୁ ବ୍ରତ ହୋଇ ପାରୁନଥିବା ପିଲାଙ୍କୁ ଚଳିତ ବର୍ଷ ପୁଣି ଥରେ ବ୍ରତ କରିବା ପାଇଁ ସ୍ଥିର କରିବା ପରେ ଆଜି ସାମ୍ୱାଦିକ ସମ୍ମିଳନୀ ଜରିଆରେ ଲୋକଙ୍କୁ ଅବଗତ କରାଇବା ସହ ଇଛୁକ ପରିବାର ମାନଙ୍କ ତରଫରୁ ଆବେଦନ ଗ୍ରହଣ କରିବେ। ଆସନ୍ତା ଏପ୍ରିଲ ମାସରେ ସ୍ଥିର ହୋଇଥିବା କାର୍ଯ୍ୟକ୍ରମରେ ୯ ତାରିଖରେ ଚାରୀକର୍ମ ଓ ୧୦ ରେ ବ୍ରତୋପନୟନ ହେଵ l
ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଯେଉଁ ମାନେ ବ୍ରତ ହେବେ ଆବେଦନ କରିବେ ବୋଲି ସଭାପତି ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ରାଜୁ ମିଶ୍ର ଉପସଭାପତି, ସୁବୋଧ ଦାଶ, ସହ ସମ୍ପାଦକ ମନଧର ପଣ୍ଡା, ଶୁକଦେବ ଯୋଶୀ, କୋଷାଧକ୍ଷ ଆର୍ତ୍ତତ୍ରାଣ ମିଶ୍ର, ଉପଦେଷ୍ଟା ଜଗନ୍ନାଥ ପଣ୍ଡା, ଭଗବାନ ନାୟକ, ସୁଶୀଲ ମିଶ୍ର, ଉମା ମିଶ୍ର, ବୀରେନ୍ଦ୍ର ପ୍ରସାଦ ଗୁରୁ, ଲକ୍ଷ୍ମୀନୃସିଂହ ଚୌଧୁରୀ, ରାମନାରାୟଣ ମିଶ୍ର, ବୃନ୍ଦାବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଚିନ୍ତା ମଣି ମହାପାତ୍ର ପରିଚାଳନା କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ସମାଜର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।