ବୌଦ୍ଧ;(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ ଭବନ ଠାରେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଆର୍ଟ ଅଫ ଲିଭୀଙ୍ଗ ବୌଦ୍ଧ ଶାଖା ତରଫରୁ ଆନନ୍ଦ ଅନୁଭୂତି ଶିବିର ଆୟୋଜନ ହୋଇଯାଉଛି l ଏହି କାର୍ଯ୍ୟକ୍ରମ ଗତ ୭ ତାରିଖ ଠାରୁ ଆରମ୍ଭ ହୋଇ ୧୨ ତାରିଖରେ ଉଦଯାପିତ ହୋଇଯାଇଛି l ଏଥିରେ ୩୫ ଜଣ ଅଂଶ ଗ୍ରହଣ କରି ନିଜର ଜୀବନରେ ବଞ୍ଚିବାର କଳା ଆହରଣ ସହିତ ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରିବା ନିମନ୍ତେ ଯୋଗ, ପ୍ରାଣାୟାମ, ବ୍ୟାୟାମ, ଧ୍ୟାନ ଇତ୍ୟାଦି ପ୍ରଶିକ୍ଷଣ କରିଛନ୍ତି l
ପ୍ରଶିକ୍ଷକ ଭାବରେ ବରିଷ୍ଟ ଶିକ୍ଷକ ରଂଜନ ଭାଇ, ଓ ଶିକ୍ଷୟିତ୍ରୀ ଡ଼ ମମତା ମିଶ୍ର ଯୋଗଦେଇ ଶିକ୍ଷା ପ୍ରଦାନ କରିଥିଲେ l ଏହା ସହିତ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଭାରତ ସରକାରଙ୍କ ସହିତ ଅନୁବନ୍ଧିତ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ମାଧ୍ୟମରେ ହର ଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଧ୍ୟାନ କରିବା ଦ୍ଵାରା ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତି, ଏକାଗ୍ରତା, ଦୃଢ ଆତ୍ମ ବିଶ୍ବାସ, ଚିନ୍ତା ମୁକ୍ତ ଏବଂ ଆନନ୍ଦମୟ ଜୀବନ ଓ ସାଧାରଣ ମଣିଷ ଚାହୁଁ ଥିବା ଏକ ରୋଗ ମୁକ୍ତ ଶରୀର, ମାନସିକ ଦୁଶ୍ଚିନ୍ତା ଓ ବିଷାଦରୁ ମୁକ୍ତି, ଅବସାଦ ରୁ ମୁକ୍ତି ମିଳିବ ବୋଲି କୁହାଯାଇଅଛି l
ଆସନ୍ତା କମ୍ ଦିନ ମଧ୍ୟରେ ଜିଲ୍ଲାରେ ବିଭିନ ଶିକ୍ଷା ଅନୁଷ୍ଠାନ୍ନ ମାନଙ୍କରେ ଆନନ୍ଦ ଅନୁଭୂତି ଶିବିର ଆୟୋଜନ କରିବାକୁ ସଂସ୍ଥା ତରଫରୁ ନିଷ୍ପତ୍ତି ନିଆଯାଇଛି l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ରବିନ୍ଦ୍ର କୁମାର ସାହୁ, କୃତିବାସ ପଲିଆ, ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, ଅନିଲ ଦଲାଲ, ପ୍ରତାପ କୁମାର ସାହୁ, ସୁଜାତା ସାହୁ,ଦେବାଶିଷ ପୁରୋହିତ, ସୂଜ୍ୟେନ୍ଦ୍ର ଶତପଥୀ ଓ ଯୋଗ ଶିକ୍ଷୟତ୍ରୀ ସୁନୀତା ଦାସ ପ୍ରମୁଖ ସହଯୋଗ କରିଥିଲେ l