ଡକାୟତି ଓ ହତ୍ୟା ଉଦ୍ୟମରେ ଦୁଇ ଗିରଫ

37 0

ସୁବର୍ଣ୍ଣପୁର;(ଅଜିତ କୁମାର ପୁଜାହାରୀ)ଡକାୟତି ଓ ହତ୍ୟା ଉଦ୍ୟମରେ ଦୁଇ ଗିରଫ । ଏମିତି ଏକ ଘଟଣା ଘଟିଛି ତରଭା ଥାନା ଅଂଚଳରେ । ଘଟଣା ଅନୁସାରେ ଗତ ୯ ତାରୀଖ ରାତି ପ୍ରାୟ ୧ଟା ସମୟରେ କମସରା ଫାଣ୍ଡି ବୁରୋମୁଣ୍ଡା ଗାଁରେ ଏକ ୟମାହା ମୋଟର ସାଇକେଲରେ କିଛି ବ୍ୟକ୍ତି ଯାଇ ଜଣେ ଦୋକାନ ମାଲିକଙ୍କୁ ଦୋକାନରୁ ଉଠାଇ ଚାରି ଲିଟର ପେଟ୍ରୋଲ କିଣିଥିଲେ ।

ପରେ ପଇସା ନଦେଇ ଓଲଟି ଦୋକାନ ମାଲିକକୁ ଏକ ଖଣ୍ଡା ସାହାର୍ଯ୍ୟରେ ଆକ୍ରମଣ କରି ତାଙ୍କ ଦୋକାନରୁ ପର୍ସ ସହିତ ୪୦୦୦ଟଙ୍କା ଲୁଟ କରିଥିଲେ । ପ୍ରତିବାଦ କରିବାରୁ ଦୋକାନିଙ୍କୁ ଖଣ୍ଡା ସାହାର୍ଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରି ଫେରାର ମାରିଥିଲେ ।

ତରଭା ଥାନାରେ ଏତଲା ହେବା ପରେ ଆଜି ଅଭିଯୁକ୍ତ ରଞ୍ଜିତ ତାଣ୍ଡି ଏବଂ ରାଜ ରତନ ଜଗଦଲା ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହି ତାଙ୍କ ନିକଟରୁ ବ୍ୟବହୃତ ହୋଇଥିବା ମୋଟର ସାଇକେଲ,ଖଣ୍ଡା ,ମୋବାଇଲ ଏବଂ ୧୧୪୦ଟଙ୍କା ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ସୋନପୁର ଏସଡିପିଓ ପୁସ୍ପାଞ୍ଜଳୀ ନିଙ୍ଗି ।

 

Related Post

ଚୋରି ମାମଲା ର ଚଢ଼ାଉ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ।,୭ ମହିଳା ଗିରଫ

Posted by - August 1, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଚୋରି ମାମଲା ର ଚଢ଼ାଉ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ। ଯାଜପୁର ସଦର ଥାନା ବ୍ରାହ୍ମଣବାଛପୁର ଗାଁ ରେ ଆଜି…

ପୋଲିସ ଚାକିରୀ ନାଁରେ ଠକେଇ

Posted by - July 11, 2021 0
ଵାରଙ୍ଗ:( ସନ୍ତୋଷ ରାଉତ)ପୋଲିସ ଚାକିରୀ କରାଇଦେବା ନାଁ କହି ଠକୁ ଥିବା ଠକକୁ କଲେ ଅପହରଣ।ପୁରୀ ଜିଲ୍ଲା ବଲଙ୍ଗା ଥାନା ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି ଓ…

ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଅଚିହ୍ନା ଶବ ଠାବ

Posted by - July 22, 2021 0
ଉତ୍ତର ଭୁବନେଶ୍ୱର:( ସନ୍ତୋଷ ରାଉତ)   ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଜଣେ ଅଚିହ୍ନା ଲୋକର ଶବ ଠାବ ହୋଇଛି । ବାଲିଯାତ୍ରା ତଳ…

ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

Posted by - September 30, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନଗୁଳ ଜିଲ୍ଲା ଅନ୍ତୁଳିଆ ପଞ୍ଚାୟତ ର ୭ ନମ୍ବର ୱାର୍ଡ ମେମ୍ବରଙ୍କୁ ହତ୍ୟା। ବିଚ ରାସ୍ତା, ସର୍ବ ସଂମୁଖ ରେ ୱାର୍ଡ ମେମ୍ବର ଜଗବନ୍ଧୁ ବେହେରାଙ୍କୁ…

ମେଗା ଲିଫ୍ଟ କେନାଲରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା

Posted by - October 1, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରେ ଭଣା ଡଙ୍ଗରି ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳାଙ୍କ…