ହରଭଙ୍ଗା: ୯/୩(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ର ମୂଳ ବାସିନ୍ଦା ତଥା ଛତିଶଗଡ ରାୟପୁର ସହର ବିଶିଷ୍ଟ ବ୍ୟବସାୟୀ ଓ ସମାଜ ସେବୀ ମାତାଦିନ ଅଗ୍ରୱାଲ ଓ ସହଧର୍ମିଣୀ ଗୋଦାବରୀ ଅଗ୍ରୱାଲ ଙ୍କ ନିଜସ୍ୱ ଉଦ୍ୟମରେ ଅଂଚଳ ର ଅସହାୟ, ବିଧବା ମହିଳାଙ୍କୁ ମାଗଣା ରେ ପୁରୀ ଶ୍ରୀକ୍ଷେତ୍ର ଜଗା ଦର୍ଶନ ପାଇଁ ଗୁରୁବାର ଦିନ ପଠାଇଯାଇଛି l ଏନେଇ ଗୁରୁବାର ଦିନ ପୁରୁଣାକଟକ ଭୈରବୀ କ୍ଳବ ଠାରେ ଏକ ସଭା ଆୟୋଜନ କରା ଯାଇଥିଲା l
ଏଥିରେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି ଯୋଗ ଦେଇ ଶ୍ରୀ ଅଗ୍ରୱାଲ ଙ୍କ ନିସ୍ଵାର୍ଥପର କାର୍ଯ୍ୟ କୁ ପ୍ରଶଂସା କରିଥିଲେ lଶ୍ରୀ ଅଗ୍ରୱାଲ ବିଭିନ୍ନ ସମୟ ରେ ପୁରୀ ଶ୍ରୀକ୍ଷେତ୍ର କୁ ପ୍ରତି ବର୍ଷ ବୃଦ୍ଧ, ବୃଦ୍ଧା ଅସହାୟ, ବିଧବା ମହିଳା ମାନଙ୍କୁ ଏକ ସ୍ୱତନ୍ତ୍ର ବସ ମାଧ୍ୟମରେ ଜଗା ଦର୍ଶନ ପାଇଁ ଦୀର୍ଘ 7 ବର୍ଷ ହେଲା ଏହି କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ଚଳିତ ବର୍ଷ ଏଥିରେ ପ୍ରାୟ ୭୦ରୁ ଉର୍ଦ୍ଧ ମହିଳାଯାତ୍ରା କରିଥିବା ବେଳେ ସମସ୍ତ ମହିଳା ଙ୍କୁ ସ୍ୱତନ୍ତ୍ର ବେଚ ପ୍ରଦାନ କରାଯାଇଥିଲା ଏବଂ ତାଙ୍କୁ ଭ୍ରମଣ ଦର୍ଶନ ରେ ସଦାଶିବ ବେହେରା, ଓ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କ ତତ୍ତ୍ୱବାଧନ ରେ ପୁରୀ ପଠା ଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ରାଧେଶ୍ୟାମ ଅଗ୍ରୱାଲ, ଗିରିଜା ଶଙ୍କର ପଟ୍ଟନାୟକ , ବାଳକୃଷ୍ଣ ନାୟକ ଉପସ୍ଥିତ ରହି ମହିଳା ମାନଙ୍କୁ ଜଗା ଦର୍ଶନ ସମୟ ରେ ଯିବା ଆସିବାର ମାର୍ଗ ଦର୍ଶନ ଦେଇଥିଲେ!ଶ୍ରୀ ଅଗ୍ରୱାଲ ଙ୍କ ଏଭଳି ମହତ କାର୍ଯ୍ୟକୁ ହରଭଙ୍ଗା ବ୍ଲକ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଥିବା ଜଣାପଡିଛି l