ଭତ୍ତା ଟଙ୍କା ଓ କମ୍ବଳ ଟଙ୍କା ଖାଇଗଲେ କି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ?

68 0

କେସିଙ୍ଗା:(ପ୍ରୀତେଶ୍ ପଟେଲ) ସରକାର ବିଧବା,ବିକଳାଙ୍ଗ ଓ ବାର୍ଦ୍ଧ୍ୟକ ମାନଙ୍କୁ କିଛି ସାହାଯ୍ୟ କରିବା ପାଇଁ ଭତ୍ତା ଆକାରରେ କିଛି ଟଙ୍କା ପ୍ରଦାନ କରିଥାନ୍ତି ।ଏହି ଟଙ୍କା ଦିଆନିଆ କାର୍ଯ୍ୟ ପରିଚାଳନା ପାଇଁ ପଞ୍ଚାୟତ ସ୍ତରରେ ଗ୍ରାମ ପଞ୍ଚାୟତ ରହିଛି ଓ ପଞ୍ଚାୟତ ର କାର୍ଯ୍ୟକାରୀ ନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଏହି ଭତ୍ତା ବଣ୍ଟନ କାର୍ଯ୍ୟ ସମ୍ପାଦନା କରାଯାଇଥାଏ ।ସରକାର ପ୍ରତି ମାସରେ ଲୋକଙ୍କୁ ଭତ୍ତା ପ୍ରଦାନ କରିଥାନ୍ତି ।ବର୍ତ୍ତମାନ ଭତ୍ତା ବଣ୍ଟନ ପାଇଁ ଦୁଇଟି ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କୁ ଟଙ୍କା ପ୍ରଦାନ କରାଯାଉଛି ଗୋଟିଏ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଯାଉଥିବା ବେଳେ କିଛି ହିତାଧିକାରୀଙ୍କୁ ତାଙ୍କ ହାତରେ ଟଙ୍କା ପ୍ରଦାନ କରାଯାଉଛି ।

କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ର କୋକଡମାଲ୍ ଗ୍ରାମ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତି ମାସରେ ଭତ୍ତା ବଣ୍ଟନ ପାଇଁ ବ୍ଲକ କାର୍ଯ୍ୟାଳୟ ରୁ ଟଙ୍କା ଉଠାଇଥିଲେ ମଧ୍ୟ ବହୁ ଦିନ ହେଲା ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରିନାହାନ୍ତି ।ଏହି ବିଷୟ ରେ ସ୍ଥାନୀୟ ସରପଞ୍ଚ ମଧ୍ୟ ବାରମ୍ବାର ଉପରିସ୍ଥ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଜଣାଇଥିବା କହିଛନ୍ତି ।ଏଠାରେ ପ୍ରଶ୍ନ ଉଠୁଛି ଜେ ଲୋକଙ୍କ ଟଙ୍କା ଉଠାଇ ଅଧିକାରୀ ଜଣକ କାହିଁକି ଲୋକଙ୍କୁ ପ୍ରଦାନ କରି ନାହାନ୍ତି ? ଆହୁରି ମଧ୍ୟ କୁହାଯାଇପାରେ ଜେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣକ ସେ ଟଙ୍କା କୁ ନିଜ ବ୍ୟକ୍ତି ଗତ କାମରେ ଲଗାଇ ଛନ୍ତି କି ? ଯଦି ହଁ କାହିଁକି ଲୋକଙ୍କ ଟଙ୍କା କୁ ନିଜେ ବ୍ୟବହାର କରିଥିଲେ ।
ଏହି କଥାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜାଣି ପାରିଲେ ନାହିଁ କେମିତି ?ନା ସେ ମଧ୍ୟ ଏହି ଚଞ୍ଚକତା ରେ ସାମିଲ ଅଛନ୍ତି ।

ଏ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିବାରୁ ସେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରନ୍ତୁ ବୋଲି କହିଥିଲେ ।ପଞ୍ଚାୟତ ସମିତି ତଥା ଗ୍ରାମ ପଞ୍ଚାୟତ ର ନିୟମ ଅନୁଯାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋଟିଏ ମାସର ଟଙ୍କା ବାଣ୍ଟି ସାରି କେସ ବହି ରେ ଟଙ୍କା ବାଣ୍ଟିବା ଥିବାର ହିସାବ ଦେଲାପରେ ହିଁ ଅନ୍ୟ ମାସର ଟଙ୍କା ଉଠାଇବା କଥା କିନ୍ତୁ କେଉଁ ପରିସ୍ଥିତି ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣକ ଟଙ୍କା ଉଠାଇ ମଧ୍ୟ ଲୋକଙ୍କୁ ବାଣ୍ଟି ନାହାନ୍ତି ତାହା ଜଣ ପଡ଼ିନାହିଁ ।ଏହି ଘଟଣା ଜଣାପଡିବା ପରେ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।କେବଳ ଭତ୍ତା ଟଙ୍କା ନୁହେଁ ଗରିବ ଙ୍କ ପାଇଁ ଆସିଥିବା କମ୍ବଳ ଟଙ୍କା ମଧ୍ୟ ଆତ୍ମସାତ କରିଛନ୍ତି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ରାଜ୍ୟ ସରକାର ଗତ ଡିସେମ୍ବର ମାସରେ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଲୋକଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏଁ ସାହାଯ୍ୟ ଦେବା ପାଇଁ ଘୋଷଣା କରିଥିଲେ ଓ ଲୋକଙ୍କ ପ୍ରଦାନ ମଧ୍ୟ କରିଥିଲେ ।କିନ୍ତୁ ଶୀତ ଯାଇ ଖରା ଆସିଗଲା କୋକଡମାଲ୍ ଗାଁ ର ଲୋକଙ୍କ ପାଇଁ ଏହା ସାତ ସ୍ବପ୍ନ ରେ ପରିଣତ ହୋଇଛି ।ଲୋକଙ୍କ ମନରେ ଏବେ ଭତ୍ତା ଟଙ୍କା କୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହେଉଥିବା ବେଳେ ଖରା ଦିନେ କମ୍ବଳ କଣ ଚୁଲିକୁ ଦେବୁ ବୋଲି ମଧ୍ୟ କୁହା କୁହି ହେଉଥିବା ଦେଖିବାକୁ ମିଳୁଛି ।

ଭତ୍ତା ବଣ୍ଟନ କୁ ନେଇ ଦୁର୍ନୀତି କିମ୍ବା ଉତ୍କେଲା ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଙ୍କ ନାଁ ରେ ଏଭଳି ଅଭିଯୋଗ ନୂଆ ନୁହେଁ ଗତ କିଛି ମାସ ତଳେ ମଧ୍ୟ ଅନୁରୂପ ଘଟଣା ଘଟି ଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧି ବି ଡି ଓ ଙ୍କୁ ଏ ବିଷୟରେ ଜଣାଇ ଥିଲେ ଓ ଏହା ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କିଛି ଲୋକଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିଥିଲେ ।
କିନ୍ତୁ ପୁନର୍ବାର ସେହି ଗାଁ ରୁ ଅଭିଯୋଗ ଆସୁଛି।

ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୋକଡ ମାଲ୍ ବାସି କେବେ ଜେ ଭତ୍ତା ଓ କମ୍ବଳ ଟଙ୍କା ପାଇବେ ତାହା ଦେଖିବାକୁ ବାକିଥିବା ବେଳେ ବି ଡି ଓ କିମ୍ବା ଉପରିସ୍ଥ ଅଧିକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

Related Post

ଯାଜପୁର ରେ ସରକାରୀ ଜମିରେ ଚାଲିଛି ଇଟାଭାଟି,ବେପାରୀଙ୍କ କବଜାରେ ରହିଛି ଶହ ଶହ ଏକର ଜମି ଓ ନଦୀପଠା

Posted by - December 17, 2018 0
ଯାଜପୁର ତହସିଲ ଅଧୀନ ମାଧପୁର ଆରଆଇ ସର୍କଲର ସଠିପୁର, ବ୍ରଜନଗର, ରୁଢିଆ, ମାଧପୁର, ବାଲିପସି, ବ୍ୟାସନଗର ତହସିଲ ଅନ୍ତର୍ଗତ ପାଣିକୋଇଲି ଆରଆଇ ସର୍କଲର ନୁରୁଗାଁ, ପଥରପଦା, କାଜିପାଟଣା,…

ଯାଜପୁର ଜିଲାର ବରୀ ଓ ରସୁଲପୁର ବ୍ଲକ ରେ ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି ମତଦାନ

Posted by - February 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ର ବରୀ ଓ ରସୁଲପୁର ବ୍ଲକ ରେ ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି ମତଦାନ। ଗତ ପର୍ଯ୍ୟାୟ ରେ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର

Posted by - September 15, 2021 0
ସୋନପୁର:( ଅଜିତ୍ କୁମାର ପୂଜାରୀ)୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର…

ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ

Posted by - March 2, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀକଲ୍ୟାଣ ସମିତି ର କାର୍ଯ୍ୟନିର୍ବାହୀ କମିଟିର ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ…

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ଅନଲକ୍ ୬ ପାଇଁ ନିର୍ଦ୍ଦେଶନାମା

Posted by - October 27, 2020 0
ନୂଆଦିଲ୍ଲୀ:କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଅନଲକ୍ ୬ ପାଇଁ  ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଏହି ନିୟମ ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ ।…