କେସିଙ୍ଗା:(ପ୍ରିତେଶ୍ ପଟେଲ )ଭାଇ ଚାର ଓ ଆନନ୍ଦ ର ପର୍ବ ହୋଲି ରେ କେସିଙ୍ଗା ବାସୀ ବେଶ୍ ରଙ୍ଗୀନ୍ ହୋଇଗଲେ। ରଙ୍ଗ ପର୍ବ ହୋଲି ରେ ଫଗୁଣ ର ଫଗୁ ତଥା ରଙ୍ଗ ଅବିର କୁ ଲୋକେ ପରସ୍ପର କୁ ମଗାଇ ହୋଲି ର ଶୁଭେଚ୍ଛା ଜଣାଇ ଥିଲେ। ଛୋଟ ପିଲା ଠାରୁ ବୟେଷ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ମସଗୁଲ୍ ଥିଲେ ହୋଲି ପର୍ବ ରେ। ରାସାୟନିକ ରଙ୍ଗ ରୁ ଦୁରେ ରହି ଶରୀର ର ଉପଯୋଗୀ ହର୍ବାଲ ରଙ୍ଗରେ ପାଳନ କଲେ ହୋଲି।
ବିଶେଷ ଆକର୍ଷଣ ଥିଲା କେସିଙ୍ଗା ହରି ମଣ୍ଡଳୀ ତରଫ ରୁ ଭଜନ କୀର୍ତ୍ତନ ସହ ସହର ପରିକ୍ରମା କରି ରଙ୍ଗ ଉଲ୍ଲାସ ରେ ପାଳନ କରିଥିଲେ।ଆକାଶରେ ଖାଲି ଲାଲ, ହଳଦିଆ, ସବୁଜ ଓ ଗୋଲାପି ରଙ୍ଗ ଦେଖିବକୁ ବେଶ୍ ଆନଦ ଲାଗୁଥିଲା।