ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦୋଳ ପୂର୍ଣ୍ଣିମା ଅବସରରେ ଟିଟଲାଗଡ ସ୍ଥିତ ଦେଶିଲ ଗ୍ରାମରେ ଷୋହଳ ପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଚଳିତ ବର୍ଷ ପାଇଁ ୨ୟ ଥର ଷୋହଳ ପ୍ରହରୀ ଓ ନାମଯଜ୍ଞ ଚାଲିଥିବା ବେଳେ ନିକଟସ୍ଥ ବିଭିନ୍ନ ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ଦଳର ନାଚ ସହିତ “ହରେ କୃଷ୍ଣ ହରେ ରାମ ” ଗୀତର ସ୍ୱରରେ ବେଶ ଆନନ୍ଦର ସହିତ ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳର ଲୋକେ ଉପଭୋଗ କରିଥିଲେ।
ଟିଟିଲାଗଡ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରର ଉପସଭାପତି ଶ୍ରୀ ଲଳିତ ମୋହନ ସାହୁ ତଥା ତାଙ୍କ ଧର୍ମପତ୍ନୀ ଲୀନା ସାହୁ ପୂଜାର କର୍ତ୍ତା ଭାବେ ପୂଜାର୍ଚ୍ଚନା କରୁଥିବା ବେଳେ ପୂଜକ ଶ୍ରୀ ଗୋବର୍ଦ୍ଧନ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରହରୀ ମଣ୍ଡପ କମ୍ପି ଉଠୁଛି। ଏହି ଷୋହଳ ପ୍ରହର ନାମଯଜ୍ଞକୁ ମାନ୍ୟବର ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାଏକ, ଜିଲ୍ଲା ପରିଷଦ ଶ୍ରୀମତି ଗିତା ବିଶି ଆୟୋଜିତ ଏହି ସଂକୀର୍ତ୍ତନରେ ଉପସ୍ଥିତ ରହି ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଥିଲେ।