ଧର୍ମଗଡ଼: ତା ୪/୩(ହେମନ୍ତ କୁମାର ମାଝୀ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପର୍ଲା ଠାରେ ବିଜେଡି ସାଙ୍ଘଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ,ଧର୍ମଗଡ଼ ବିଧାୟକ ମୌସୁଧି ବାଗ,ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଙ୍କୁ ପର୍ଲା ଦଣ୍ଡପାଟ ଅଞ୍ଚଳ ବିଭିନ୍ନ ସଙ୍ଘଠନ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ଦଣ୍ଡପାଟ ଅଞ୍ଚଳ ପର୍ଲା ଠାରେ ବ୍ଲକ ସ୍ଥାପନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ
ଏହି କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ସେତୁରାମ ଭକ୍ତ,ସୁଧୀର ଗୋପାଳ, ଲକ୍ଷ୍ୟଜ୍ୟୋତି ଜାଲ, ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକ ,ବଡ଼ଘୁମେର ସରପଞ୍ଚ ଜନ୍ମେଜୟ ଗୋପାଳ, ସମାଜସେବୀ ସୁଧୀର ବାଗ,ହୃଷିକେଶ ସାହୁ, ହେତୁରାମ ମେହେର,ଦୁଷ୍ମନ୍ତ ପୁରୋହିତ , ରତ୍ନାକର ଜାଲ, ନବୀନ ଦାସ, କନ୍ଦର୍ପ ଦାସ, ପରାସର ସାହୁ,ନବୀନ ପୁରୋହିତ,ସହ ଅଞ୍ଚଳବାସୀ ଉପସ୍ଥିତ ହୋଇ ଦଣ୍ଡପାଟ ଅଞ୍ଚଳ ପର୍ଲା ବିଭିନ୍ନ ସମସ୍ୟାର ସମାଧାନ ସହ ପର୍ଲା ଠାରେ ଏକ ବ୍ଲକ ସ୍ଥାପନ କରିବା ପାଇଁ ଲିଖିତ ଜଣାଇଥିଲେ ।