ହରଭଙ୍ଗା : ( ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ବୀରନରସିଂହପୁର ଠାରେ ଥିବା ନନ୍ଦନ ବନ ପରିସରରେ ୧୧ ଗୋଟି ଠେକୁଆଙ୍କ ମ୍ରୁତ୍ୟୁ ହୋଇଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଛି l ଠେକୁଆଙ୍କ ସାମୂହିକ ମ୍ରୁତ୍ୟୁ କିଭଳି ଓ କେମିତି ହେଲା ତାକୁ ନେଇ ପରିବେଶ ଓ ପ୍ରାଣୀ ପ୍ରେମୀ ମାନଂକ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରେ ନନ୍ଦନ ବନ ଇକୋ ପାର୍କର କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ରାତିରେ୧୧ ଗୋଟି ଠେକୁଆଙ୍କ ମ୍ରୁତ୍ୟୁ ଘଟଣାକୁ ବନ ବିଭାଗ କିଭଳି ଦୃଷ୍ଟିରେ ଦେଖୁଛି ତାହା ଏଥିରୁ ଜଣା ପଡୁଛି ଓ ଆଗାମୀ ଦିନରେ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ଉପରେ ଆଙ୍ଗୁଠି ଉଠୁଛି | ଠେକୁଆଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ବନ ବିଭାଗ ଅଧିକାରୀ ମାନେ ପ୍ରକାଶ କରିଛନ୍ତି |
