ଦିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବର ଚତୁର୍ଥ ସନ୍ଧ୍ୟା

37 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ପଡ଼ିଆରେ ଚାଲିଥିବା ଐତିହାସିକ ଦିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ର ଶନିବାର ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଅତିଥିମାନେ ଗନ୍ଧରାଢୀ ପିଠର ଐତିହାସିକ ପୃଷ୍ଠଭୂମି ସହିତ ଏହାର ପର୍ଯ୍ୟଟନ ସ୍ଥଳୀ ଭାବେ ଓଡ଼ିଶା ସରକାର ଙ୍କ ଦ୍ଵାରା ନିଶ୍ଚିତ ସହଯୋଗ ରହିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ଘୋଷଣା କରିଥିଲେ lମହୋତ୍ସବ କମିଟିର ସଭାପତି ଅଧିବକ୍ତା ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖଣି ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ସଂମ୍ମାନୀତ ଅତିଥି ଭାବେ ବୌଦ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ତ୍ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ , ଅନ୍ୟତମ ସମ୍ମାନିତ ଅତିଥି ଭାବେ ସିନେ ତାରକା ଚିନ୍ମୟ ମିଶ୍ର (ପପୁ) ଯୋଗଦେଇ ଗନ୍ଧରାଢୀ ଲୋକ କଳା ମହୋତ୍ସବ କେବଳ ମହୋତ୍ସବ ନୁହେଁ କଳା, ସଂସ୍କୃତି ଓ ପରମ୍ପରାର ଏକ ସମ୍ପର୍କର ସେତୁ। ଅଞ୍ଚଳର ବିକାଶର ଏକ ସାରଥୀ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ସମ୍ପାଦକ ଶମ୍ଭୁ ଗିରି ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। କମିଟିର ସଂଯୋଜକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ସ୍ଵାଗତ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ଅଧିବକ୍ତା ଜ୍ଞାନରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶେଷରେ ବରିଷ୍ଟ ସଦସ୍ୟ ତଥା ଅଧ୍ୟାପକ ମନୋଜ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମାପାକୁ ର ରଘୁ ଚଳଚ୍ଚିତ୍ର ରେ ପରୀ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ପ୍ରୀୟାଂଶି ସାହୁ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ଜିଲ୍ଲପରିଷଦ ସଭ୍ୟ ଧନେଶ୍ଵର ଅମାତ ଙ୍କୁ ଅତିଥି ମାନେ ସମ୍ବର୍ଧନା କରିଥିଲେ l କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ବରିଷ୍ଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଏନ୍ ଏ ସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଙ୍କ ସହିତ ଅଞ୍ଚଳର ଲୋକପ୍ରତିନିଧି ମାନେ ଯୋଗଦେଇ ଥିଲେ l ସର୍ବ ପ୍ରଥମେ ଅତିଥିମାନେ ମଞ୍ଚରେ ହର ଓ ହରି ଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଵଳନ କରିଥିଲେ।ଏହା ପରେ ସଙ୍ଗୀତ ନିର୍ଦ୍ଧେଶକ ବ୍ରହ୍ମା କୁମ୍ଭାରଙ୍କ ସଂଗୀତ ନିର୍ଦ୍ଦେଶନା ରେ ଜଗତି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମ।ନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ସଭା ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l

ଏଥିରେ ସାଂସ୍କୃତିକ କମିଟି ଅଧକ୍ଷ ସ୍ୱାଧୀନ କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ lସଭା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଫୁଲବାଣୀ ନଟରାଜ କଲାପରିଷଡ ଦ୍ବାରା ଓଡିଶୀ ଓ ସମ୍ବଲପୁରୀ,ବଲାଙ୍ଗୀର ସୁର ସଙ୍ଗମ ଦ୍ବାରା ଲୋକନୃତ୍ୟ, ବରପଦର୍ ବଉଳି କଲା ପରିଷଦ ଦ୍ୱାରା ସମ୍ବଲପୁରୀ ଓ ଯାଇଫୁଲ ନୃତ୍ୟ, ଘୁଙ୍ଗୁର କଳାପରିଷଦ , ପୁରୀ ର ଗୋଟିପୁଅ ନୃତ୍ୟ, ଶ୍ରୀକାନ୍ତ ଛତ୍ରୀୟା ଙ୍କ ଦ୍ଵାରା ସମ୍ବଲପୁରୀ ଗୀତ,ପରିବେଷଣ କରିଥିଲେ l ଗନ୍ଧରାଢୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଜହ୍ନ।ପଙ୍କ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଜହ୍ନ।ପଙ୍କ, ଖଳିଗାଁ ପ୍ରାଥମିକ ବିଦ୍ୟାଳୟ, ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ,ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ନୃତ୍ୟ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ପରିବେଶଣ କରିଥିଲେ। lକାର୍ଯ୍ୟକ୍ରମକୁ ସଫଳ କରିବାରେ ଗନ୍ଧରାଢୀ ଲୋକ କଳା ମହୋତ୍ସବ ସମସ୍ତ କର୍ମକର୍ତ୍ତା ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ।ଦର୍ଶକ ମିନାବଜାର ଓ ବିଭିନ୍ନ ଖାଦ୍ୟର ଭରପୁର ମଜା ନେଇଥିଲେ।

Related Post

ବେଲଗୁଣ୍ଠା ସହରରେ ମେଗା ଚାରାରୋପଣର ଶୁଭାରମ୍ଭ

Posted by - June 18, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି ।ବେଲଗୁଣ୍ଠା ଏନ୍.ଏ.ସି ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲା ଅତିରିକ୍ତ…

ବଳି ଯାତ୍ରା ପ୍ରସ୍ତୁତି ବୈଠକ

Posted by - September 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ସୋନପୁର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଶ୍ରୀଯୁକ୍ତ ନିହାର ରଂଜନ କଅଁର ଙ୍କ ଅଧ୍ୟକ୍ଷତାରେ ଆଗାମୀ ବଳିଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ…

ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଗାଁ କୁ ଚାଲ ଅଭିଯାନ ଆରମ୍ଭ

Posted by - September 23, 2021 0
ସମ୍ବଲପୁର:୨୨/୦୯(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା କୄଷକ ସୁରକ୍ଷା ସଂଗଠନ ପକ୍ଷରୁ ଗାଁ କୁ ଚାଲ ଅଭିଯାନ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ନୂତନ କୄଷି ଆଇନ କୁ…

ଟିଟିଲାଗଡରେ ଦୁଇ ଦିନିଆ ଜାତିୟ କୋସଲି ଭାଷା ସମ୍ମିଳନୀର ଆହ୍ବାନ – କୋସଲି ଭାଷାକୁ ଦିଆଯାଉ ସାମ୍ବିଧାନିକ ଅଧିକାର

Posted by - February 22, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) କୋସଲି ଭାଷା ପ୍ରେମୀ ମାନଙ୍କୁ ନେଇ ଦୁଇ ଦିନିଆ ଜାତୀୟ ସ୍ତରୀୟ କୋସଲି ଭାଷା ସମ୍ମିଳନୀର ଉଦଯାପନୀ ଉତ୍ସବରେ ଏକ…

ନବରଙ୍ଗପୁର ରେ ସ୍ୱସ୍ତିକ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - December 19, 2021 0
ନବରଙ୍ଗପୁର :-(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଗାଵର୍ଲ ଗୁଡା ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପରେ ସ୍ୱସ୍ତିକ ଟିଭି ଚେନ୍ୟାଲ ର ପଞ୍ଚମ ବାର୍ଷିକୀ ଉତ୍ସବ ପାଳିତ ହେଇଯାଇଛି! ଏହି…