ଗ୍ରାମ ଭିତରେ ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର ୧୧ ଗୁରୁତର ୧ ମୃତ

68 0

ଖପ୍ରାଖୋଲ :୨୫/୦୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ହୁତାଶନ ବରିହା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବର ବେଶରେ ବୈଦିକ ରୀତି ନୀତି ଅନୁସାରେ ଗ୍ରାମ ଦେବା ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରି ବାଜା ବାଣ , ହୁଳହୁଳି ଦେଇ ହୀର୍ଲି ଗ୍ରାମର କନ୍ୟା ଘର କୁ ବରାତ୍ ବାହାରିଥିଲେ ।

ଗ୍ରାମରେ ବାଜା ବାଜି ବର କନ୍ୟ ଘରକୁ ଯିବା ପାଇଁ ଗ୍ରାମ ପରିକ୍ରମା ଚାଲୁଥାଏ । ହେଲେ ବର ଯିବା ପାଇଁ ସଜବାଜ ହୋଇଥିବା କାରରେ ବସିବା ପୂର୍ବରୁ ଘଟି ଯାଇଥିଲା ଏକ ବଡ଼ ଅଘଟଣା । ବର ଯିବାକୁ ଥିବା କାରଟି ହତାଟ ଲୋକଙ୍କୁ ମାଡି ଯାଇଥିଲା ଫଳରେ ୧୧ ଲୋକ ଗୁରୁତର ହୋଇ ଯାଇଥିଲେ । ଏହା ସହ ଚିକିତ୍ସା ଧିନ ଅବସ୍ଥାରେ ରାଜା ବରିହା ନାମକ ଜଣେ ବ୍ୟକ୍ତି ଙ୍କୁ ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ବାକି ଥିବା ଗୁରୁତର ଆକାଶ ବରିହା , ଗୁଡୁ ବରିହା , ଜୁନେନ୍ ବରିହା ଓ ଅନ୍ୟ ମାନଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପାଟଣାଗଡ ଓ ବଲାଙ୍ଗିର ମୁଖ୍ୟା ଚିକିତ୍ସା ଲୟକୁ ପଠା ଯାଇଥିବା ଜଣା ପଡ଼ିଛି । ଏହା ସହ ଖପ୍ରାଖୋଲ ପୋଲିସ ମୃତ ଶବ କୁ ଜବତ କରି ଗାଡି ଚାଳକ ଦୁର୍ଯୋଧନ ନାଗ ଙ୍କୁ ଅଟକ ରଖି ଘଟଣା ର ଅଧିକ ତଦନ୍ତ କରିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି।

Related Post

କଂଗ୍ରେସ ର ବନ୍ଦ ଡ଼ାକରା କୁ ହାଇକୋର୍ଟଙ୍କ ବାରଣ

Posted by - November 12, 2021 0
ଭୁବନେଶ୍ବର/କଟକ/ କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମମିତା ହତ୍ୟାକାଣ୍ଡ ମାମଲାରେ ଆସନ୍ତା କାଲି କଂଗ୍ରେସ ଦଳ ପକ୍ଷରୁ ବନ୍ଦ ଆହ୍ଵାନ କୁ ମାନ୍ୟବର ହାଇକୋର୍ଟ…

ଭବାନୀପାଟଣା ରେ ଅଂଶୁଘାତ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

Posted by - March 6, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଆଜି ଅପରାହ୍ନ ୪.୦୦ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ…

କେସିଙ୍ଗା ବ୍ଲକ ଉତ୍କେଲା ବିମାନଘାଟିରୁ ସେପ୍ଟେମ୍ବରରେ ପରୀକ୍ଷା ମୂଳକ ଭାବେ ଉଡିବ ବିମାନ

Posted by - August 11, 2022 0
କେସିଙ୍ଗା:(ପୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଉତ୍କଲା ବିମାନବନ୍ଦର ରେ ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ପରୀକ୍ଷା ମୂଳକ ଭାବେ ବିମାନ ଉଡାଣ ହେବ।…

ସୁବର୍ଣ୍ଣପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ

Posted by - November 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବଣ୍ଟନ କରା ଯାଇଛି I ଆଜି ଦିନ ୧୧ ଟା ୩୦ମିନିଟ…