ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଥିବା ଏନଏସି କଲ୍ୟାଣ ମଣ୍ଡପ ଠାରେ ଏନ ଏସି ର ସଫେଇ କର୍ମଚାରୀ ଙ୍କୁ ଗରିମା ଯୋଜନା ରେ ଶାମିଲ କରାଯିବା ନେଇ ଏକ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିର କରଞ୍ଜିଆ ଏନଏସି ଆନୂକୁଲ୍ୟରେ କରାଯାଇଥିବା ବେଳେ ଟି ଏସ ୟୁ,ଏସଏଫ୍
ଏସଏସଏମ ର କ୍ଷେତ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଓମପ୍ରକାଶ ରଥ ଙ୍କ ପ୍ରତକ୍ଷ ତତ୍ୱବାଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୂଖ୍ଯ ଅତିଥି ଭାବରେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପୀ ପୃଷ୍ଟି ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱରୂପ କୁମାର ପରିଜ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗୁଦ୍ରା ହେମ୍ବ୍ରମ ,ଯୁବ ସମାଜସେବୀ ଶ୍ରୀ ରୋହିତ କୁମାର ପୃଷ୍ଟି ଉପସ୍ଥିତ ଥିଲେ।
ତେବେ ଉକ୍ତ ଗରିମା ଯୋଜନା ଅନ୍ତର୍ଗତ ଉକ୍ତ ଶିବିର ରେ ପ୍ରମୁଖ ସଫେଇ କର୍ମଚାରୀ ଙ୍କ ଆଧାର ପରିଚୟ ପତ୍ର, ବ୍ଲଡଗ୍ରୁପ ସାର୍ଟିଫିକେଟ ଆଦି ସଂଯୋଗ କରାଯାଇ ପରିଚୟପତ୍ର କାର୍ଡ ପ୍ରସ୍ତୁତ କରାଯାଇଛି।ଉକ୍ତ କାର୍ଡ ମାଧ୍ୟମରେ ସେମାନଙ୍କ ସରକାରଙ୍କ ବିଭିନ୍ନ ଯୋଜନା ରେ ଶାମିଲ ହେବା ସହ ବିଭିନ୍ନ ସରକାରୀ ସୁଵିଧା ଲାଭ କରିପାରିବେ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମ କୁ ସିଏମଏମ ଶ୍ରୀ ସୌଭାଗ୍ୟ ପଟ୍ଟନାୟକ ପରିଚାଳନା କରିଥିବାବେଳେ ବେଳେ ଏନଏସି କାର୍ଯାଳୟ ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ଏନ ଏସି କର୍ମଚାରୀ ଶ୍ରୀ ରୋହିତ କୁମାର ବେହେରା, ସମଜିତ୍ ଜେନା ,ଆଶିଷ ରଞ୍ଜନ ମହାପାତ୍ର ପ୍ରମୁଖ ସମସ୍ତ ପ୍ରାୟ ୩୦ଜଣ ସଫେଇ କର୍ମଚାରୀ ଙ୍କ ପଞିକରଣ ହୋଇଥିବାନେଇ ସୂଚନା ଦେଇଛନ୍ତି ।