ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନ ଥିଲା ପୋଲିସକୁ ଲୋକ ଭୟ କରୁଥିଲେ କିନ୍ତୁ ରାଜ୍ୟ ସରକାରଙ୍କ ଫାଇଭ ଟି ଆସିଲା ଦିନଠାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ନ ହୋଇ ସାଧାରଣ ଜନତା ନିଜର ସୁବିଧା ଅସୁବିଧା ବିଷୟରେ କିପରି ନିର୍ଦ୍ଵନ୍ଦରେ କହିପାରିବେ, ତଥା ଥାନାକୁ କୌଣସି ଲୋକ ଅଭିଯୋଗ ନେଇ ଆସିଲେ କିପରି ଭଲ ବ୍ୟବହାର ପ୍ରଦର୍ଶନ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ ସେ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି।
ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବାରିହାଙ୍କ ନେତୃତ୍ୱରେ ଟିଟିଲାଗଡ ନୂତନ ଆଦର୍ଶ ଥାନା ସମ୍ମିଳନୀ କକ୍ଷରେ ସହର ଓ ଆଖପାଖ ଅଞ୍ଚଳର ଲୋକ ମାନଙ୍କୁ ଡାକି ମୋ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ଥିବା ଲୋକେ ସହରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ କିପରି ପୋଲିସ ସେ ଦିଗରେ ପଦକ୍ଷେପ ଗ୍ରହଣ ନେବ ସେ ଦିଗରେ ଚର୍ଚ୍ଚା ହୋଇଥିଲା
ଯେପରିକି ସହରର ଶାସ୍ତ୍ରୀ ଛକ ଠାରୁ ପେଟ୍ରୋଲ ପମ୍ପ, ଶାସ୍ତ୍ରୀ ଛକ ଠାରୁ ପୁରୁଣା ବ୍ୟ।ଙ୍କ ଛକ ଯାଏଁ ଉପୁଜୁଥିବା ଟ୍ରାଫିକ ସମସ୍ୟା, ବେପାରୁଆ ଗାଡ଼ି ଚାଳନା ରୋକିବାକୁ ପଦକ୍ଷେପ, ବିନା ଲାଇସେନ୍ସ ରେ ଚଳାଉଥିବା ଡ୍ରାଇଭରଙ୍କୁ ଧରିବା, କିଛି ବାଇକ ମାନଙ୍କରେ ଉଚ୍ଚ ଧ୍ଵନି ବିଶିଷ୍ଟ ଲାଗୁଥିବା ସାଇଲେନସର ଉପରେ ରୋକ, ଦୃତ ଗତିରେ ବାତରା ପିଲା ଚଲଉଥିବା ବାଇକ୍ ଆରୋହୀଙ୍କ ଉପରେ ଅଙ୍କୁଶ ଲଗାଇବା, ହାଇସ୍କୁଲ, ଡିଏଭି କଲେଜ ଖେଳ ପଡିଆ, ଧବଳେଶ୍ୱର ମନ୍ଦିର ଉପରେ ମଦ୍ୟପାନ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାୁନୁଷ୍ଠାନ, ହାଟପଦା ପଡ଼ାର ରାସ୍ତା କଡ଼ରେ ଉଠା ଦୋକାନୀ ରାସ୍ତା ଉପରକୁ ଦୋକନ ଲଗାଉ ଥିବାରୁ ଯିବା ଆସିବାରେ ଅସୁବିଧା, ବଜାର ସ୍ଥାନରେ ହୋମ ଗାର୍ଡ ନିଯୁକ୍ତି ଦାବି, ଭୂତଳ ପୋଲ ଠାରୁ ହିନ୍ଦୁସ୍ଥାନ ସିଡସ ଯାଏଁ ଗାଡ଼ି ରଖିବା ଯୋଗୁଁ ଟ୍ରାଫିକ ସମସ୍ୟା, ସହରରେ କୁଚିଆ ମଦ ଦୋକାନ ବୃଦ୍ଧି ଏବଂ ତାକୁ ରୋକ ଲଗାଇବାକୁ ଦାବି କରିଥିଲେ ୱାର୍ଡ ନମ୍ବର ୧୫ ର କାଉନସିଲର ତଥା ସହର ମଧ୍ଯ ଭାଗରେ ଥିବା ଦେଶି ମଦ ଭାଟିରେ ମଦ ବିକ୍ରି ବନ୍ଦ କରିବା ଦାବି କରିଥିଲେ।
ଏହି ଆମ ପୋଲିସ ବୈଠକରେ ସଦସ୍ୟ ଶ୍ରୀ ରଣଜିତ୍ ପୃଷ୍ଟି, ରାଜେନ୍ଦ୍ର ନାରାୟଣ ମିଶ୍ର, ରାଜେଶ ପ୍ରଧାନ, ବଣିକ ସଂଘ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋୟଲ, ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ବୀରବର ସାହୁ, ସରପଞ୍ଚ ସଂଘ ସଂପାଦକ ନରେଶ ଅଗ୍ରୱାଲ, ଚିନ୍ତାମଣି ମହାପାତ୍ର, ଦଳବେହେରା ବାବୁ, ସଞ୍ଜୟ ସୋନି, ମନିସ ଗୁପ୍ତା, କଂଗ୍ରେସ ନେତା ବିକାଶ ପାଣିଗ୍ରାହି, ବନମାଳୀ ଦାସ, ଗୋବର୍ଦ୍ଧନ ନାଗ , ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ। ଶେଷରେ ସମସ୍ତଙ୍କ କଥା ଶୁଣି ଥାନାଧିକାରୀ ଶ୍ରୀ ବରିହା ଆଗାମୀ ଦିନରେ ଏ ବିଷୟରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।
ସେମିତିବି ଯେବେ ଠାରୁ ଥାନାଧିକାରୀ ଶ୍ରୀ ବରିହା ଯୋଗଦାନ କଲେଣି ସଦାବେଳେ ଲୋକଙ୍କ ସହ ମିଳାମିଶା ତଥା ଅଭିଯୋଗ କଲେ ସମାଧାନ କରାଇବାରେ ସକ୍ଷମ ଅଟନ୍ତି, ତା ସହିତ ଥାନାରେ ତାଙ୍କ ଅଧିନରେ ଥିବା ସମସ୍ତ କାର୍ଯ୍ୟରତ ଏସ ଆଇ, ଏ ଏସ ଆଇ ଏବଂ ପୋଲିସ କର୍ମଚାରି ମାନେ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ହିଁ ଟିଟିଲାଗଡ଼ ପୋଲିସର ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ। ବୈଠକ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ ଏସ ଆଇ ପ୍ରଦିପ କୁମାର ଦୁରିଆ।