ବଡ଼ବିଲ ସୁପର ଲିଗ୍ : ସରିଲା ପ୍ଲେୟାର ବିଡିଂ, ସର୍ବାଧିକ ମୂଲ୍ୟରେ ବିକ୍ରିହେଲେ ଅମିତ ମହାନ୍ତି ଓ ଦିବ୍ୟ ରଞ୍ଜନ ଦାସ

302 0

ବଡ଼ବିଲ, ୨୭.୧୧.୨୦୧୯ :ଆସନ୍ତା ଡିସେମ୍ବର ୨୨ରୁ ବଡ଼ବିଲରେ ଖେଳାଯିବାକୁଥିବା ଫଟାଫଟ କ୍ରିକେଟ୍, ‘ବଡ଼ବିଲ ସୁପର ଲିଗ୍’(ବିଏସଏଲ୍) ପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଛି । ‘ମାଇନିଂ ଏରିଆ କ୍ରିକେଟ୍ ଆସୋସିଏସନ୍’ (ମାକା) ପକ୍ଷରୁ ପ୍ଲେୟାର ନିଲାମି ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର, ଲକି ଇଣ୍ଡିଆ ହୋଟେଲରେ ନିଲାମି ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା । ‘ମାକା’ର ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଫିତା କାଟି ବିଡିଂ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ ।

ସଭାପତି ଲଛମନ୍ ମହାନ୍ତ, ସଂପାଦକ ଭୋଲା ସିହ୍ନା, କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ନେଟିଭ୍ ଭଏସର ସଂପାଦକ ରସାନନ୍ଦ ବେହେରାଙ୍କ ସମେତ ସମସ୍ତ ଫ୍ରାଞ୍ଚାଇଜ୍ ଓନର ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ସ୍ଥାନୀୟ ଅଂଚଳର ଶହେରୁ ଅଧିକ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୮ଜଣ କ୍ରିକେଟରଙ୍କୁ ନେଇ ବିଡିଂ ଆରମ୍ଭ ହୋଇଥିଲା । ଚୁକ୍ତି କରିଥିବା ୮ଟି ଫ୍ରାନ୍ଚାଇଜି ଏଥିରେ ଭାଗ ନେଇ ପ୍ଲେୟାର ମାନଙ୍କ ପାଇଁ ବୋଲି ଲଗାଇଥିଲେ ।
ଓଭରସିଜ୍ କ୍ରିକେଟରଙ୍କ ମଧ୍ୟରେ ମୟୁରଭଞ୍ଜର ଅମିତ ମହାନ୍ତି ସର୍ବାଧିକ ୧୬ ହଜାର ଟଙ୍କାରେ ବିକ୍ରୟ ହୋଇଥିବା ବେଳେ, ଲୋକାଲ କ୍ରିକେଟର ଭାବରେ ଦିବ୍ୟ ରଞ୍ଜନ ଦାସ ସର୍ବାଧିକ ୮ ହଜାର ୧ଶହ ଟଙ୍କାରେ ବିକ୍ରୟ ହୋଇଥିବା ସୂଚନା ରହିଛି । ବିଡିଂରେ ଟପ୍ ଖେଳାଳୀଙ୍କ ତାଲିକା ନିମ୍ନରେ ପ୍ରଦତ୍ତ କରାଗଲା ।

Facebook Notice for EU! You need to login to view and post FB Comments!

Related Post

ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - January 16, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଗର ୱାର୍ଡ଼ ନଂ.୦୧ର ବରହମପୁରା ସ୍ଥିତ ଖେଳ ପଡିଆରେ ଶ୍ରୀ ବରାଡ ବାଲୁଙ୍କେଶ୍ୱର ବାବା କ୍ଲବ୍ ପକ୍ଷରୁ ୩୧ତମ ଦ୍ବିଦୀବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ,ଚତୁର୍ଥ ଦିବସରେ ଜୁରାବନ୍ଦ ବିଜୟୀ

Posted by - November 11, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ଗ୍ରାମ ପଞ୍ଚାୟତରହାଇସ୍କୁଲ ଖେଳ ପଡିଆରେ ରୋୟାଲ ଡାଇମଣ୍ଡ ଯୁବକ ସଂଘ ପକ୍ଷରୁ ପରିଚାଳିତ ମା ବସ୍ତ୍ରେନ ଫୁଟବଳ…

୯ ତମ ଖପ୍ରାଖୋଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

Posted by - March 3, 2022 0
ଖପ୍ରାଖୋଲ: ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହାଇସ୍କୁଲ ପଡିଆଠାରେ ୯ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ମଙ୍ଗଳବାର ଦିନ ହୋଇଯାଇଛି । ଖପ୍ରାଖୋଲ…

ମନମୁଣ୍ଡା ର ଝିଅ “ବାଗଡ଼ି ଖେଳ”ପ୍ରକଳ୍ପ ଟୟକାଥନ-2021ପ୍ରତିଯୋଗିତାରେ ଜାତୀୟ ଚମ୍ପିୟାନ

Posted by - June 29, 2021 0
ବୌଦ୍ଧ(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ସଂଜୀବନି ମେଡିକାଲ ର ମାଲିକ ସତ୍ୟାନନ୍ଦ ମିଶ୍ର ଙ୍କ ଝିଅ ତଥା ବଙ୍ଗାଇଗାଓଁ(ଆସାମ) ନବୋଦୟ ବିଦ୍ୟାଳୟ ର…

ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ କଲର ବେଲ୍ଟ ପ୍ରମୋସନ ଟେଷ୍ଟ

Posted by - March 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସାଂସ୍କୃତି ଭବନ ପରିସରରେ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘ ପକ୍ଷରୁ ୧୪ ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

Leave a comment

Your email address will not be published.