ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସ।ଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଢୀ ମନ୍ଦିର ବିଶ୍ଵ ପ୍ରସିଦ୍ଧ।ଏହି ମନ୍ଦିରଦ୍ବୟ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଐତିହାସିକମାନେ କୁହନ୍ତି।ଏହାର ସ୍ଵତନ୍ତ୍ରତା ହେଉଛି ଗୋଟିଏ ମଣ୍ଡପରେ ବିରାଜମାନ କରିଛନ୍ତି ହର(ଶିଵ) ଓ ହରି(ବିଷ୍ଣୁ)।ଏଭଳି ଯମଜ ମନ୍ଦିର ପୃଥିବୀର କୌଣସି ଜାଗାରେ ଦେଖିବାକୁ ମିଳେ ନାହିଁ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି।ଉଭୟ ମନ୍ଦିରର କାରୁକାର୍ଯ୍ୟ ସମାନ ଥିବା ବେଳେ ହରଙ୍କ ମନ୍ଦିର ଚୂଡ଼ାରେ ଶିବଲିଙ୍ଗ ଥିବା ବେଳେ ହରିଙ୍କ ମନ୍ଦିରଚୂଡ଼ାରେ ଚକ୍ର ବିଦ୍ୟମାନ।ତେବେ ମନ୍ଦିରର ସାମଗ୍ରୀକ ଉନ୍ନତି ପାଇଁ ଅଞ୍ଚଳବାସୀଙ୍କ ଉଦ୍ୟମରେ ଗତବର୍ଷ ଆରମ୍ଭ ହୋଇଛି ଗନ୍ଧରାଢୀ ଲୋକକଳା ମହୋତ୍ସବ।ଗତ ବର୍ଷ ମହୋତ୍ସବ ପୂର୍ବରୁ ଏହାର ଆଲୋକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି।ଚଳିତ ବର୍ଷ ମହୋତ୍ସବ ୫ ଦିନ ଚାଲିବାକୁ ଥିବା ବେଳେ ମହୋତ୍ସବ କମିଟି ପକ୍ଷରୁ ଏହାର ଉନ୍ନତି କରଣ ଦିଗରେ ପ୍ରୟାସ ଆରମ୍ଭ ଜାରି ରହିଛି।
ବୁଧବାର ସନ୍ଧ୍ୟାରେ ଦ୍ୱିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ଵାରା ଉଦଘାଟନ ହେବ।ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ,୬ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ। କଳ୍ପନାରାଣୀ ସାହୁ,୫ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ। ଉର୍ମିଳା ଝାଙ୍କର, ଲକ୍ଷ୍ମୀ ପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ହାଡ଼ିବନ୍ଧୁ ମହାଖୁଡ଼ ଯୋଗଦେଇ ଐତିହାସିକ ଗନ୍ଧରାଢୀ ପିଠର ଐତିହ୍ୟ, ସଂସ୍କୃତି, ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ l ସଭାପତି ଅଧିବକ୍ତା ଅଶୋକ କୁମାର ସାହୁ ସଭାପତିତ୍ୱ କରିଥିଲାବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ବସନ୍ତ କୁମାର ସାହୁ l ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ପଠନ କରିଥିଲେ l କମିଟି ଉପସଭାପତି ମନରଞ୍ଜନ ପୁରୋହିତ ଅତିଥି ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l
ଏହି ଅବସରରେ ଗନ୍ଧରାଢୀ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ଉଦଘାଟନୀ ସଂଗୀତ ଗାନ କରିଥିଲେ l ଉଦଘାଟନୀ ସଭା ପରେ ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଦଳ ଯଥା ଖୋର୍ଦ୍ଧା ର ଘୋଡା ନାଚ, ବୌଦ୍ଧ ର ଗେହ୍ଲା ମାଁ କଳା ନିକେତନ ଦ୍ୱାରା ନବଦୁର୍ଗା, ବାରପୁଡୁଗ କଳାଞଳି ଦ୍ୱାରା ଦଣ୍ଡ ନୃତ୍ୟ,ପଲାସ ର ଦଣ୍ଡନୃତ୍ୟ, ମହୁଲବାହାଲି ର ମହିଳା ସଙ୍କୀର୍ତ୍ତନ ଦଳ ବିଳମ୍ୱ ରାତ୍ରୀ ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିଥିଲେ l ଅଂଚଳର ଜନସାଧାରଣ ମୀନା ବଜାର, ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ କମିଟିର ସକ୍ରିୟ କର୍ମକର୍ତ୍ତା ବିଦ୍ୟାଧର ସ୍ଵାଇଁ, ଅକ୍ଷୟ କୁମାର ସ୍ବାଇଁ, ସପ୍ନେଶ୍ୱର୍ ମହାନ୍ତି, ସୁଧାଂଶୁ ଶେଖର ମିଶ୍ର, ଜ୍ଞାନରଞ୍ଜନ ପଟ୍ଟନାୟକ, ସ୍ଵାଧୀନ କୁମାର ପରିଡା, ଶବର ସେଠୀ, ସନ୍ତୋଷ କୁମାର କର୍ଣ୍ଣ, ମନୋଜ ଗୁରୁ, କୃତିବାସ ପଲିଆ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଶେଷରେ ସହ ସମ୍ପାଦକ ସ୍ୱାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l