ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଂଚାୟତ ଗୌଡ଼ ସାହି ଅଧିନରେ ସତସଙ୍ଗ ବିହାର ଉତଘାଟିତ ହୋଇଛି l ଏହି ଅବସରରେ ବିଶିଷ୍ଠ ଅତିଥି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ଉଦଘାଟନ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଅତିଥି ଭାବେ ପୂଜ୍ୟପାଦ ଶ୍ରୀ ଶ୍ରୀ ବିଙ୍କି ଦାଶ , ସମ୍ମାନୀୟ ଅତିଥି ଡ଼ ସୁରେଶ ଦଳାଇ, ମୁଖ୍ୟ ବକ୍ତା ଡ଼ ବିନାୟକ ମହାପାତ୍ର ଯୋଗ ଦେଇଥିଲେ l ମନ୍ଦିର ପରିଚାଳନା କମିଟିର ସଭାପତି ଡ଼ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲା ଓ ଜିଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।