ଯାଜପୁର :ଗତ କିଛି ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇଛି ସଦର ପୋଲିସ। ଏହି ଗ୍ୟାଙ୍ଗ ର ୩ ଜଣଙ୍କୁ ଗିରଫ ସହିତ ମୋଟ ୭୦ଟି ବ୍ୟାଟେରୀ କୁ ମଧ୍ୟ ଜବତ କରାଯାଇଛି।
ଏଥିସହିତ ଚୋରି ପାଇଁ ବ୍ୟବହୃତ ୩ ଟି ଗାଡି ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଙ୍କ ଘର ଭଦ୍ରକ ଜିଲାରେ ଏବଂ ଏମାନଙ୍କ ବିରୋଧ ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଯାଜପୁର ଏସ ଡି ପି ଓ ସରୋଜ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।