ବୁଢ଼ୀ ମାଁ ମନ୍ଦିର ପୂଜକ ଙ୍କ ଦେହାନ୍ତ

70 0

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)  ସୋନପୁର ସହର ବୁଢିମାଁ ମନ୍ଦିର ର ପୂଜକ ବି. ଶିବରାଓ ଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ। ସେ ଜଣେ ଭଦ୍ର, ଆମାୟିକ ବ୍ୟକ୍ତି ଓ ପରିଚିତ ଟେଲର (ଦର୍ଜୀ) ଭାବରେ ସହରରେ ବେଶ ଜଣାଶୁଣା l ତେଲୁଗୁ ସ୍ତୋତ୍ର ବଳୀ ରେ ତାଙ୍କର ମନ୍ତ୍ର ଉଚ୍ଚାରଣ ବେଶ ଭାବଗମ୍ଭୀର ଓ ପ୍ରଭାବଶାଳୀ ଥିବାହେତୁ ଏବଂ ଦୀର୍ଘ ୪୦ ବର୍ଷ ଧରି ନିଷ୍ଠା ର ସହ ମା ବୁଢୀମାଙ୍କ ସେବା କରି ଭକ୍ତ ମହଲରେ ସେ ବେଶ ପ୍ରିୟଭାଜନ ହୋଇପାରିଥିଲେ।

ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ସତ୍ୟନାରାୟଣ, ୩ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ବିଳମ୍ବିତ ରାତିରେ ତ୍ରିବେଣୀ ସଙ୍ଗମ ସ୍ଥିତ ରାମେଶ୍ୱର ଶ୍ମଶାନ ରେ ତେଲୁଗୁ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସୋନପୁର ବ୍ୟବସାୟୀ ସଂଘ ର କର୍ମକର୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ରାଓ ଙ୍କ ଅନ୍ତିମ ଦର୍ଶନ କରିଥିବା ବେଳେ ତାଙ୍କର ବିୟୋଗରେ ସୋନପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

 

Related Post

ଦଶରଥପୁର ବ୍ଳକ କାର୍ଯ୍ୟାଳୟ ନିକଟରେ ଦଶରଥପୁର ବିଜେଡି ପକ୍ଷରୁ ପ୍ରତିବାଦ ସଭା

Posted by - February 17, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କ ରାସନ ସାମଗ୍ରୀ କୁ କାଟିବା ପ୍ରତିବାଦ ରେ ଦଶରଥପୁର ବ୍ଳକ କାର୍ଯ୍ୟାଳୟ ନିକଟରେ ଦଶରଥପୁର ବିଜେଡି…

ଏଥର ଓଡିଶା ରେ ବିଜେପି ସରକାର :-ଅମିତ ଶାହା

Posted by - August 8, 2022 0
ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଭୁବନେଶ୍ବରରେ ପହଞ୍ଚିଥିଲେ  । ରାତିରେ ଭୁବନେଶ୍ବରର ରାତ୍ରି ଯାପନ ପରେ ସକାଳେ…

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ହେଉଛି ରକ୍ତଦାନ ଓ ବୃକ୍ଷରୋପଣ 

Posted by - August 2, 2022 0
ଯାଜପୁର :ବିଜୁ ଜନତା ଦଳ ଏବେ ଆଉ ସଂଗଠନ ନୁହେଁ ଏହା ଏକ ଆନ୍ଦୋଳନ ରେ ପରିଣତ ହୋଇଛି। ଯାହାର ଆଗ ଧାଡି ରେ ରହିଛନ୍ତି ଯୁବକ ଓ ଛାତ୍ର ଉଭୟ ଙ୍କ ଉଦ୍ୟମ କ୍ରମେ ସଂଗଠନ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି।  ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ହେଉଛି ରକ୍ତଦାନ ଓ ବୃକ୍ଷରୋପଣ ପରି ସାମାଜିକ କାର୍ଯ୍ୟକ୍ରମI ଏହି କ୍ରମରେ ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଏଭଳି ବାର୍ତା ଦେଇଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସIବାସୁଦେବପୁର ପଞ୍ଚାୟତ ର ଜାଲପୁର ଏବଂ ଦଶରଥପୁର ବ୍ଲକ ଜୟନ୍ତରା ଠାରେ ଚାରା ରୋପଣ କରି ପରିବେଶ ର ସୁରକ୍ଷା କରିବାର ବାର୍ତା ଦେଇଛନ୍ତି ବିଧାୟକ ପ୍ରଣବ। ଏହି ବାର୍ତା କୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଯୁବ ଓ ଛାତ୍ର ମାନେ ଦାୟିତ୍ବ ନେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କୁ କାର୍ଯ୍ୟକାରୀ କରୁଛନ୍ତିI ଉଭୟ ସ୍ଥାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଶୋକ ଦାସ ଫାଉଣ୍ଡେସନ ର ସଚିବ ଭଵ ପ୍ରସାଦ ଦାସ,ଯାଜପୁର ବ୍ଲକ ଅଧକ୍ଷା,ଜିଲା ଯୁବ ସଭାପତି ପ୍ରତାପ ମହାନ୍ତି, ବିଧାୟକ ଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ,ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ସାମିଲ ହୋଇଥିଲେ।  

ଭାଜପା ଯୁବ ମୂର୍ଚ୍ଚା ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ କୁଶ ପିତୁଳା ଦାହ

Posted by - February 21, 2023 0
ଧର୍ମଗଡ଼: ୨୨/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ମୁଖ୍ୟମନ୍ତ୍ରୀ ଇସ୍ତଫା ଓ କୁଶ ପିତୁଳା ଦାହ କରାଯାଇଥିଲା। ରାଜ୍ୟ ରେ ଆଇନ…