Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ନବରଙ୍ଗପୁର ପ୍ରେସ କ୍ଲବରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧ ସଂଗଠନ ତରଫରୁ ସାମ୍ବାଦିକ ସମ୍ମିଳନୀ

70 0

ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ସରଜାରୀ କର୍ମଚାରୀ ଓ ଅଧିକାରୀମାନେ ବ୍ୟାପକ ଦୁର୍ନିତିରେ ଲିପ୍ତରହୁଥୁବା ଯୋଗୁଁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧି ସଂଗଠନ ଗଭୀର ଚିନ୍ତା ପ୍ରକଟ କରିଛି । ଭ୍ରଷ୍ଟାଚାର ବିରୋଧି ସଂଗଠନ ପକ୍ଷରୁ ନବରଙ୍ଗପୁର ସ୍ୱର୍ଗତ ଲଷ୍ମୀ ଚନ୍ଦ୍ର ଦାସ ପ୍ରେସ କ୍ଲବ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଘର ଉପଦେଷ୍ଟା ଗୁଣୁପୁ୍ରର ପୂ୍ର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ, ହାଇକୋର୍ଟର ବରିଷ୍ଠ ଓକିଲ ସୁବ୍ରତ ନନ୍ଦ, ସମ୍ପାଦକ ଶ୍ୟାସୁନ୍ଦର ପଣ୍ଡା ,ନବରଂଗପୁର ଜିଲ୍ଲା ଶାଖା ସଭାପତି ଇଶ୍ବର ରାଓ ଉପସ୍ଥିତ ରହି ଦୁର୍ନିତି ବିରୁଦ୍ଧରେ ସବୁ ସ୍ତରରୁ ଉଦ୍ୟମ କରିବାକୁ ଆହ୍ବାନ କରିଛନ୍ତି । ଦୁର୍ନୀତି ମୂଳକ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିବା ଆବଶ୍ୟକ ବୋଲି କହିଛନ୍ତି । ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବାରେ ରାଜ୍ୟରେ ଗଣ ମାଧ୍ୟମ ଗୁରୁତ୍ବ ପୂର୍ଣ୍ଣ ଭୁମିକା ନିର୍ବାହ କରୁଛି । ଗଣମାଧ୍ୟମର ଭୁମିକା କୁ ସଦା ସର୍ବଦା ନୈତିକ ସମର୍ଥନ ଜଣାଇ ଆସିଛି ରାଜ୍ୟ ଭ୍ରଷ୍ଟାଚାରୀ ବିରୋଧି ସଂଗଠନ ।

ଦୁର୍ନତୀର ଫର୍ଦ୍ଧାଫାସ କରିବାପାଇଁ ରାଜ୍ୟାବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛି ।ପ୍ରତିଦିନ ଦୁର୍ନିତୀଗ୍ରସ୍ତ ସରକାରୀ ବାବୁମାନେ ଭିଜିଲାନସ ବିଭାଗ ଦ୍ବାରା ଧରାପଡୁଛନ୍ତି ।ରାଜ୍ୟରେ ଦୁର୍ନୀତୀ ନିବାରଣ ବିଭାଗ ଦ୍ବାରା ଧରାପଡୁଥୁବା ଅଧିକାଂଶ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡ ବିଧାନ କରିବାପାଇଁ ବିଭାଗ ଚେଷ୍ଟା କରି ଆସୁଛନ୍ତି । ଦୁର୍ନିତୀ ନିବାରଣ ବିଭାଗର ତଥ୍ୟ ଅନୁସାରେ ଭାରତ ବର୍ଷରେ ଓଡିଶା ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ଏଥିରୁ ଜଣାପଡୁଛି ଓଡିଶାରେ ଦୁର୍ନୀତି ମୂଳଜ କାର୍ଯ୍ୟ ବହୁ ପରିମାଣରେ ବୃଦ୍ଧି ପାଉଥିବା ଜଣା ପଡୁଛି । ନିଜଟ ଅତୀତରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ସରଜାରୀ ଅଧିକାରୀ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଲାଂଚ ନେବା ଅଭିଯୋଗରେ ଧରା ପଡିଛନ୍ତି । ଆଶ୍ଚର୍ଯ୍ୟ ଜନକ ଘଟଣା ଧରାପଡିଥିବା ବ୍ୟକ୍ତିମାନଙ୍କ ଠାରୁ ଯେଉଁଭଳି ଭାବେ ଆୟ ବହିର୍ଭୁତ ସମ୍ପତି ଜବତ କରାଯାଉଛି ତାହା ରାଜ୍ୟରେ ପ୍ରଥମ । ଏଥିରୁ ସ୍ପଷ୍ଟ ରାଜ୍ୟରେ କିଭଳି ଦୁର୍ନିତୀ ଚରମ ସୀମାରେ ପହଂଚିଛି । ଜନ ସାଧାରଣଙ୍କ କଲ୍ୟାଣ ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରଜାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥୁବା ଅନୁଦାନ ଅର୍ଥର ସିଂହ ଭାଗ ବାଟମାରଣାକରି ସରକାରୀ କର୍ମଚାରୀମାନେ ଆତ୍ମସାତ କରୁଥୁବା ସ୍ପଷ୍ଟ ହେଉଛି ।

ରାଜ୍ୟର ପ୍ରଗତି ତଥା ଅଦିବାସୀ ବହୁଳ ପଛୁଆ ଅଂଚଳ ଦୁର୍ନୀତି ଯୋଗୁଁ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଗତିରେ ବାଧକ ସୃଷ୍ଟି କରିଛି । ଆଗାମୀ ମାର୍ଚମାସ ସୁଧା ନବରଂଗପୁର ଜିଲ୍ଲାରେ ଅଖିଳ ଭାରତ ଭ୍ରଷ୍ତାଚାର ବିରୋଧି ସଂଗଠନ ଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାପାଇଁ ଦୁର୍ନିତି ବିରୋଧି ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଯୋଜନାପାଇଁ ଆସୁଥୁବା ଅନୁଦାନ ଅର୍ଥକୁ ଆତ୍ମସାତ କରୁଥୁବା ସରକାରୀ ଜର୍ମଚାରୀମାନଙ୍କ ନାମ ତାଲିକା ସହାୟତା କେନ୍ଦ୍ରମାନଙ୍କ ଜରିଆରେ ପ୍ରସ୍ତୁତ କରାଯିବ । ରାଜ୍ୟ ସରକାରଙ୍କ ନିକଟରେ ଦୁର୍ନିତୀଗ୍ରସ୍ତଙ୍କ ବିରୁଦ୍ଧରେ ଦୃଢ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସକାଶେ ଉପସ୍ଥାପିତ ଜରାଯିବ । ଶିକ୍ଷା, ସ୍ବାସ୍ଥ୍ୟ ପରିବହନ ,ନିର୍ମାଣ ଆଦି କେଉଁ ବିଭାଗରେ ଦୁର୍ନିତୀରେ ମାତ୍ରା ଅଧିକ ହେଉଛି ଭ୍ରଷ୍ଟାଚାର ସଂଗଠନ ପକ୍ଷରୁ ସର୍ଭେ କରାଯିବ । ରାଜ୍ୟରେ ଦୁର୍ନିତୀ ନିବାରଣ ଦିଗରେ ସାମ୍ବାଦିକ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୁମିକାକୁ ଭ୍ରଷ୍ଟାଚାର ବିରୋଧି ମଂଚର କର୍ମଜର୍ତା ବେଶ ପ୍ରଶଂସା କରିଛନ୍ତି ।ବିଭିନ୍ନ ସମୟରେ ଗଣତାନ୍ତ୍ରୀକ ଶକ୍ତି ଓ ବୁଦ୍ଧିଜୀବୀମାନେ ଦୁର୍ନିତୀ ନିଵାରଣ ବିରୋଧରେ ସଂଗଠିତ ଆନ୍ଦୋଳନ କରୁନଥୁବା ଯୋଗୁଁ ଦୁର୍ନିତୀର ମାତ୍ରା ବଢିଚାଲିଛି ।

ଭ୍ରଷ୍ଟାଚାରୀ ବିରୋଧି ସଂଗଠନ ପକ୍ଷରୁ ସାମ୍ବାଦିକମାନେ ବିଭିନ୍ନ ସମୟରେ ଆଣୁଥୁବା ଦୁର୍ନିତୀ ବିରୋଧି କାର୍ଯ୍ୟଜ୍ରମ ସହିତ ସାମିଲ ହୋଇ ଲୋକଙ୍କ ନ୍ୟାର୍ଯ୍ୟ ଅଧିକାର ହାସଲ ସକାଶେ ଆଗଭର ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ମାନେ ଆଶା ପ୍ରକଟ ଜରିଛନ୍ତି ।ଦୁର୍ନୀତି ଗ୍ରସ୍ତ ଅଧିକାରୀମାନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦେବା ଦ୍ବାରା ଦୁର୍ନିତୀ ନିବାରଣ କେବଳ କାଗଜ କଲମରେ ସୀମିତ ରହୁଛି । ପ୍ରତ୍ୟେକ ୩ ବର୍ଷ ଥରେ ଓଡିଶା ସର୍ଭିସ କୋଡର ନିୟମ ଅନୁଯାୟି ବଦଳି କରିବାକୁ ସଂଗଠନ ପକ୍ଷରୁ ରାଜ୍ୟସରକାରଙ୍କ ନିକଟରେ ଦାବି କରାଯାଇଛି । ସର୍ବୋପରି ରାଜ୍ୟସରକାର ତୁରନ୍ତ ପୋଲିସ ବିଭାଗ ,ଜଳ ସମ୍ପଦ, କୃଷି ଓ ସମବାୟ ବିଭାଗରେ ଏହି ନିୟମକୁ ତୁରନ୍ତ ଲାଗୁ କରିବାକୁ ଦାବି କରୁଛି । ଧାନ ସଂଗ୍ରହ କ୍ଷେତ୍ରରେ ଅଧିଜାଂଶ ସମବାୟ ସଂସ୍ଥାର କର୍ମଚାରୀମାନେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଚାଷୀଙ୍କ ଟଙ୍କାରୁ ଅଧିକାଂଶ ଭାବେ ନକଲି ତାଲିକା ପ୍ରସ୍ତୁତ କରି ଆତ୍ମସାତ କରିଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଅବିଭଜ୍ତ କୋରାପୁଟ ଜିଲ୍ଲାର ଧାନ ସଂଗ୍ରହ କ୍ଷେତ୍ର ରେ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବା ପାଇଁ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।

 

Related Post

ପାଣିକୋଇଲି ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ:- ପ୍ରଧାନ ଶିକ୍ଷକଙ୍କୁ ଦାୟି କରି ସ୍କୁଲ ପରିସରରେ ଧାରଣା

Posted by - March 12, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ପାଣିକୋଇଲି ଥାନା କରଦା ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ କରି ଗିରପଂ ହୋଇଥିବା ଶିକ୍ଷକ ଘଟଣା କୁ ନେଇ…

କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ ପାଳିତ

Posted by - June 6, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ସ୍ଥ କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ…

କୃମିନାଶକ କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

Posted by - August 5, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କୃମିନାଶକ କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି…

ନବରଙ୍ଗପୁର ସହର ର ବିଭିନ୍ନ ସ୍କୁଲ ମାନଙ୍କରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 9, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ର ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଇଛି !…

ସଞ୍ଜୟ କୁମାର ଦାସ ବର୍ମାଙ୍କ ଖାଦ୍ୟ ସାମଗ୍ରୀ ବଣ୍ଟନ

Posted by - April 27, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ସଦର ବ୍ଲକ କେରାଣ୍ଡି ପୁର ପଂଚାୟତ ସ୍ଥିତ ଦ୍ରୌପଦୀ ମହିଳା ସମିତି ଦ୍ୱାରା ପରିଚାଳିତ ଓଁ ସାଇ ବଳାଶ୍ରମର ଅନାଥ ପିଲାମାନଙ୍କୁ ରାଜ୍ୟ…