ଭବାନୀପାଟଣା:୩୦/୧:( ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡା ଛକ ନିକଟରେ ଏକ ପିକଅପ ଦଳ ଗାଡି ଓଲଟି ୧ ୭ ଜଣ ଯାତ୍ରୀ ଗୁରୁତର ହୋଇ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ସେଥିମଧ୍ୟରୁ କିଛି ଶିଶୁ ଓ ମହିଳା ରହିଛନ୍ତି। ଗାଡି ଚାଳକ ଫେରାର ଥିବା ରହିଥିବା ସୂଚନା ମିଳିଛି।ପ୍ରକାଶ ଯେ ସୋମବାର ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ଅନ୍ତରଲାଓ କରଚଲା ଗ୍ରାମର ଲୋକେ ବଣିଜରା ଗ୍ରାମକୁ ଏକ ପିକଅପ ଗାଡ଼ିରେ (ଓଡ଼ି ଓ୮ ଜି୮୦୪୯) ମୁଣ୍ଡନ ଭୋଜି ଖାଇ ତାଙ୍କ ଗ୍ରାମକୁ ଫେରୁଥିଲେ।
ହେଲେ ମୁଣ୍ଡରାଗୁଡା ଛକ ବୁଲାଣିରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଓଲଟି ପଡ଼ିଥିଲା।ଫଳରେ ସେଥିରେ ଥିବା ଯାତ୍ରୀ ଗୁରୁତର ହୋଈ ପଡ଼ିଥିଲେ।ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବା ପରେ ଆହତଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ଆହତ ମାନଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି।ସମସ୍ତେ ଅନ୍ତର୍ଲା ଓ କରଚଲା ଗ୍ରାମବାସୀ ବୋଲି ଜଣାଯାଇଛି।ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି।