ରଙ୍ଗଶାଳା ପାଇଁ ବଳି ପଡିଲେ ଆରୁହା ଆରଆଇ ।ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

890 0

ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ) : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା ତଦନ୍ତ ବେଳେ ଏବେ ଅନେକ ରହସ୍ୟ ଖୋଲିବାରେ ଲାଗିଛି । କିଭଳି ଘଟଣାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ ସାମିଲ ହୋଇ ସରକାରୀ ଅଧିକାରୀ ମଧ୍ୟ ତାଙ୍କୁ ସୁରକ୍ଷା ଦେବାକୁ ପଛାଇ ନଥିଲେ ସେ କଥାର ଏବେ ପର୍ଦ୍ଦାଫାସ୍‌ ହୋଇଛି । ରୂପେଶଙ୍କ ସେହି ବହୁଚର୍ଚ୍ଚିତ ଗେଷ୍ଟ ହାଉସ୍‌ ବା ରଙ୍ଗଶାଳା ବୋଆଇନ୍‌ ଭାବେ ସରକାରୀ ଜମିରେ ଗଢ଼ି ଉଠିଥିଲେ ମଧ୍ୟ ତା ଉପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ଆଉ ଏହା ପଛରେ ଥିଲା ପ୍ରଶାସନର ପ୍ରୋତ୍ସାହନ । ଏକଥାର ପର୍ଦ୍ଦାଫାସ୍‌ ହେବା ପରେ ତଦନ୍ତରେ ଅବହେଳା ପାଇଁ ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ ଆରୁହା ରାଜସ୍ୱ ନିରୀକ୍ଷକ କ୍ଷୀରାବଧୀ ତନୟା ପଣ୍ଡାଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାଯାଇଛି । ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
୨୦୧୮ ମାର୍ଚ୍ଚ ମାସରେ ଏହି ବେଆଇନ୍‌ ମହଲକୁ ଧର୍ମଶାଳା ତହସିଲ ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା । ଏହା ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ହରିଦାସପୁର ପଂଚାୟତ ବାଲିଗିରିସ୍ଥିତ ଏହି ଗେଷ୍ଟ ହାଉସକୁ କେବଳ କାଗଜ ପତ୍ରରେ ଉଚ୍ଛେଦ କରାଯାଇଥିବା ଦର୍ଶାଯାଇଥିଲା ।
ଜବର ଦଖଲକୁ ଉଚ୍ଛେଦ କରାଯାଇଛି ବୋଲି ଗତ ୨୬.୦୩/୨୦୧୮ରେ ତତ୍କାଳୀନ ଆରୁହା ରାଜସ୍ୱ ନିରୀକ୍ଷକ କ୍ଷୀରାବଧୀ ତନୟା ପଣ୍ଡା ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

ଖାଲି ସେତିକି ନୁହେଁ, ଗେଷ୍ଟହାଉସ୍‌କୁ ଉଚ୍ଛେଦ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ମଧ୍ୟ କାଗଜପତ୍ରରେ ଦସ୍ତଖତ କରିଥିଲେ । ଏହି କାରଣରୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେଣୁ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସ୍ମିତାରାଣୀ ମୃତ୍ୟୁ ଘଟଣାରୁ ଅନେକ କଥା ବାହାରିବାରେ ଲାଗିଛି ।

Related Post

ଆସୁଛି ଆମଫନ ବାତ୍ୟା,ଆଜି ସଂଧ୍ୟାରେ ଅବପାତର ରୂପ ନେବ,ଚାରି ଜିଲ୍ଲା କୁ ସତର୍କ ବାଣୀ

Posted by - May 15, 2020 1,826
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ହେବ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସେଲ୍‌ଟର୍‌ ହୋମ୍‌ ଗୁଡ଼ିକୁ…

ଚାଷ ଲାଗି ପାଣି ଦରକାର ଥିଲା କିନ୍ତୁ ବନ୍ୟା ପାଣି ସବୁ କିଛି ଧୋଇ ନଷ୍ଟ କରିଦେଲା

Posted by - September 13, 2020 0
ଯାଜପୁର ଅଫିସ :ବିଂଝାରପୁର ଚାଷ ଲାଗି ପାଣି ଦରକାର ଥିଲା କିନ୍ତୁ ବନ୍ୟା ପାଣି ସବୁ କିଛି ଧୋଇ ନଷ୍ଟ କରିଦେଲା ।  ଯାହା ଫଳ ରେ…

ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ପ୍ରଶାସନ ସେବାୟତଙ୍କ ମଧ୍ୟରେ ବୈଠକ

Posted by - April 25, 2020 0
ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ।  ମହା ପ୍ରଭୂ ଙ୍କ ଚନ୍ଦନ ଯାତ୍ରା…

୨୨ ବର୍ଷ ପରେ ଗିରଫ ହେଲା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ

Posted by - February 22, 2021 0
ଭୁବନେଶ୍ୱର:୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍‍ ଭିତରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟବାପୀ…

ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଅକ୍ଷତ ଅବସ୍ଥାରେ ଉଦ୍ଧାର

Posted by - November 21, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ସୋନପୁର ପୋଲିସର ପକ୍ଷରୁ…

Leave a comment

Your email address will not be published.