ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ହୋଟେଲ୍ ରାଜ ଠାରେ ଜିଲ୍ଲା କାର୍ଯ୍ୟକାରୀ ବୈଠକ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ସଂଗଠନ ସମ୍ପାଦକ ପଞ୍ଚାନନ ରାଉତ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଭାରୀ ରମେଶ ସାହୁ ଯୋଗ ଦେଇ ଭାରତୀୟ ଜନତା ପାର୍ଟି ର ସଂଗଠନ କୁ ମଜବୁତ କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ କଲ୍ୟାଣ ଲୋକ ଙ୍କ ପାଖରେ ପହଞ୍ଚାଇବା ସହିତ ଆଗାମୀ ଦିନରେ କେମିତି ଓଡ଼ିଶା ରେ ଆମ ସରକାର ଗଠନ କରିବା ସେଥିପାଇଁ ଏବେ ଠାରୁ କୁ ମଜବୁତ କରିବା ପାଇଁ ଗୁରୁ ମନ୍ତ୍ର ଦେଇଥିଲେ।
ଜିଲ୍ଲାର ପଦାଧିକାରୀ ମାନେ ଓ ରାଜ୍ୟ ପଦାଧିକାରୀ ମାନେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ଵାଗ ହିମାଂଶୁ ମେହେର ଭବେନ୍ଦ୍ର ପଣ୍ଡା ଅନିରୁଦ୍ଧ ପ୍ରଧାନ ଅଜୟ ପାଣିଗ୍ରାହୀ ପ୍ରଶାନ୍ତ ସାହୁ ରମେଶ ମାଝୀ ନମିତା ରାଣୀ ସାହୁ ଜୟ ଶଙ୍କର ନାଏକ ଯୁଗଳ କିଶୋର ପୋଡ଼ ଧର୍ମଗଡ଼ ନଗର ପାଳ ଅଶୋକ ମହାନ୍ତି ଜୁନାଗଡ ନଗର ପାଳ ମୁକେଶ ଅଗ୍ରୱାଲ ନିରୁପମା ସାମଲ ସନ୍ତୋଷୀ ଦାସ କାଳି ରାୟ ଗୁରୁ ଦୀପ ଯ୍ୟୋତି ମୁଣ୍ଡ ମଞ୍ଚାଶିନ ଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ମଞ୍ଚ ପରିଚାଳନା କରୁଥିଲେ । ଏହି ବୈଠକରେ ଜିଲ୍ଲା ର ସମସ୍ତ ମଣ୍ଡଳ ସଭାପତି ଓ ବିଭିନ୍ନ ମୂର୍ଚ୍ଛା ସଭାପତି ଏବଂ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ମାନେ ଉପସ୍ଥିତ ଥିବା ବେଳେ। ଧର୍ମଗଡ଼ ନଗର ସଭାପତି ହରେକୃଷ୍ଣ ପଣ୍ଡା ଧନ୍ୟବାଦ ଦେଇଥିଲେ।