ଯାଜପୁର ଡି.ଆର.ଡି.ଏ ସମ୍ମିଳନୀ ଗୃହରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅନୁଷ୍ଠିତ ହୋଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଇନ୍ଦ୍ରମଣୀ ନାୟକ ଏହି ସମାରୋହକୁ ଉଦ୍ଘାଟନ କରି ଏହି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଯୋଗଦେଇ ସାମ୍ବାଦିକ ମାନେ ଜାଗ୍ରତ ପ୍ରହରୀ ଭାବେ କାମ କରିବା ସହିତ ପ୍ରଶାସନ କଳକୁ ମଧ୍ୟ ଜାଗ୍ରତ କରି ରଖିଥାନ୍ତି ବୋଲି ଉଦ୍ବୋଧନରେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରରମ୍ଭିକ ସୂଚନା ଦେବା ସହିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ପ୍ରେସ୍ କ୍ଲବର ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Facebook Notice for EU!
You need to login to view and post FB Comments!