ମୁଖୀଗୁଡା :(ରମାକାନ୍ତ ପୋଢାଳ )ନୂଆ ବର୍ଷରେ ନୂଆ ଆଶା ନେଇ ଏକ ନିଶାମୁକ୍ତ ସମାଜ ଗଠନ କରିବା ଦିଗରେ ମାତି ଉଠିଛନ୍ତି ରାୟଗଡ଼ା ଜିଲ୍ଲା ଅମ୍ଵାଦଳା ଗ୍ରାମର ମହିଳାମାନେ ।ମଦ ନିଶାରେ ନିଜ ପରିବାର କୁ ସର୍ବସ୍ଵାନ୍ତ କରୁଥିବା ମଦ୍ୟପ ମାନଙ୍କ ର ପରିବାରର ମହିଳା ମାନେ ଶେଷରେ ଅତିଷ୍ଠ ହେଇ ଆଇନ କୁ ହାତରେ ନେବା କୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ଛତୁ ଫୁଟିବା ଭଳି ଚାରିଆଡେ ଖୋଲା ଯାଇ ଥିବା ଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ସଙ୍କଳ୍ପ କରି ପ୍ରତ୍ୟେକ ମଦ ଦୋକାନ ଆଗରେ ବିଦ୍ରୋହ ଆରମ୍ଭ କରିଛନ୍ତି।
ବାରମ୍ବାର ଜିଲ୍ଲା ପ୍ରଶାସନର ତାଗିଦରେ ଅବକାରୀ ବିଭାଗ ବେଆଇନି ନହୁଲି ଦେଶୀ ମଦ ଭାଟି ଭଙ୍ଗା ଯାଇ ମଦ ପ୍ରସ୍ତୁତ କରିବା ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି, ହେଲେସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଭାଟିର କର୍ମଚାରୀ ମାନେ ଗାଁ ଗାଁ ରେ କୋଚିଆ ମାନଙ୍କ ନିକଟରେ ମଦ ପହଞ୍ଚାଇ ଗାଁର ବାତାବରଣ ଖରାପ କରୁଥିବା ମଦ ଭାଟିର ମାଲିକଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।