ଧର୍ମଗଡ: ତା ୧୯/୧୨:( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ସ୍ତରୀୟ ଉତ୍ସବ ଧର୍ମଗଡ ପାଇଁ ଆଜି କୋର କମିଟି ର ବୈଠକ ଧର୍ମଗଡ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟି ଅଧ୍ୟକ୍ଷ ବେଦ ଭୂଷଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ତହସିଲଦାର ହରେକୃଷ୍ଣ ବରିହା, ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର,ନଗରପାଳ ଅଶୋକ କୁମାର ମହାନ୍ତି, ସହଯୋଗୀ ଜିଲ୍ଲା ପାଳ ଚିନ୍ମୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକରେ ବିଭିନ୍ନ ଉପ କମିଟି ର ବଜେଟ ଉପରେ ଆଲୋଚନା ହୋଇଥିଲା।
ଏହି ବୈଠକରେ ଅର୍ଥ କମିଟି ଅଧ୍ୟକ୍ଷ ଵିଷ୍ଣୁ ପ୍ରସାଦ ଅଗ୍ରୱାଲ, ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ,ଷ୍ଟେଜ ପରିଚାଳନା କମିଟିର ଆବାହକ ଲିଙ୍ଗରାଜ ପାତ୍ର,କ୍ରୀଡା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଘୁମୁରା କମିଟି ଅଧ୍ୟକ୍ଷ ରମଣୀ କାନ୍ତ ଜାଲ, NGO କମିଟି ଅଧ୍ୟକ୍ଷ ବ୍ରଜେସ ପଣ୍ଡା, ଭାଇକେଲ କମିଟି ଅଧ୍ୟକ୍ଷ ସୁନିଲ ମେହେର,ମଞ୍ଚ ନିର୍ମାଣ କମିଟି ଅଧ୍ୟକ୍ଷ ହଲ ଧର ନିଆଲ, ଖାଦ୍ୟ କମିଟି ଅଧ୍ୟକ୍ଷ ଅମର ଜିତ ଦାସ,ଗ୍ରୀନ ରୁମ କମିଟି ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, କଳସ ଯାତ୍ରା କମିଟି ଅଧ୍ୟକ୍ଷ ଅଜୟ ନାୟକ, ବରିଷ୍ଠ ସଦସ୍ୟ ହୃଷିକେଶ ମିଶ୍ର, ଭବାନୀ ଚରଣ ଦାସ,ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୂର୍ଵ ତନ ନଗରପାଳ ହୀରା ବାଗ, ଅଂଶୁମାନ ପାତ୍ର,ସୁମନ୍ତ ପଣ୍ଡା, ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।