ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ବଡଗୁର୍ଜିଭଟା ଗାଁ ନିକଟ ଏକ ଚାଷ ଜମିରୁ ବନ ବିଭାଗ ଦ୍ବାରା ଉଦ୍ଧାର ବିରଳ ଅଜଗର ସାପ ର ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣା ଯାଇଛି। ସୂଚନା ଅନୁସାରେ ଗୁରୁବାର ଅଜଗର ସାପ ଟିକୁ ମୂମୂର୍ସୁ ଅବସ୍ଥାରେ ବଡଗୁର୍ଜିଭଟା ଗାଁ ନିକଟରୁ ଉଦ୍ଧାର କରିଥିଲେ। ସାପଟି ବିରଳ ଅଜଗର ପ୍ରଜାତିର ହୋଇଥିବା ବେଳେ ଲମ୍ବ ୮ ଫୁଟ ଥିବା ଜଣାଯାଇଛି।
ହେଲେ ସାପଟିର ମୁଣ୍ଡରେ ଗଭୀର ଆହତ ଥିବାରୁ ବନବିଭାଗ ଉଦ୍ଧାର କରି ପ୍ରଥମେ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଲୟରେ ଚିକିତ୍ସା କରି ଥିଲେ। ଦୁଇଦିନ ଧରି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସୁଜିତ କୁମାର ଶତପଥୀ ଙ୍କ ଉଦ୍ୟମ ପରେ ମଧ୍ୟ ଶେଷରେ ସାପଟିର ମୃତ୍ୟୁ ହୋଇଥିବା ଜଣା ଯାଇଛି। ସାପଟି କିଭଳି ଆହତ ହୋଇଥିଲା ସେ ନେଇ ବନବିଭାଗ ତରଫରୁ ତଦନ୍ତ ଚାଲିଛି। ଅଭିଯୁକ୍ତ କୁ ଚିହ୍ନଟ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହରିଶଙ୍କର ବନ ବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ ପ୍ରକାଶ କରିଛନ୍ତି।