ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ କର୍ମୀ ମାନେ କଳା ବ୍ୟାଚ୍ ପିନ୍ଧି ଗୁରୁବାର ପ୍ରତିବାଦ କରିଥିବା ଦେଖାଦେଇଛି। ୫ ଦଫା ଦାବିରେ ସ୍ବାସ୍ଥ୍ୟ କର୍ମୀ ମାନେ ପୂର୍ବରୁ ଦାବୀ ପତ୍ର ଦେଇଥିଲେ ମଧ୍ୟ ସରକାର ଦାବୀ ପୂରଣ କରିନଥିବାରୁ ତାର ପ୍ରତିବାଦ କଳା ଵ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ ରୋଗୀସେବା କରିଛନ୍ତି। ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ସାହୁ, ନାରାୟଣ ପ୍ରଧା ନି, ମାନସ ମେହେର, ରିତା ସାହୁ, ବିନତୀ ପ୍ରଧାନ, ବିନୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
